ଶ୍ରୀଲଙ୍କା ଆଡକୁ ମୁହାଁଇଲା ଲଘୁଚାପ ! ଉପକୂଳ, ଦକ୍ଷିଣ ଏବଂ ଉତ୍ତରଓଡ଼ିଶାର ୧୫ଟି ଜିଲ୍ଲାରେ ବର୍ଷା ସଂଭାବନା

36

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ନଭେମ୍ବର ୧୪ ତାରିଖ ବେଳକୁ ଦକ୍ଷିଣ ଓଡି଼ଶାର ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପର ଗତି ସହିତ ୧୫ ତାରିଖ ବେଳକୁ ଉପକୂଳ ଓଡି଼ଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି ।

ସେହିପରି ୧୬ ନଭେମ୍ବରରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାର ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି । ୧୭ ନଭେମ୍ବରରେ ଉତର ଓଡି଼ଶାର ବାଲେଶ୍ୱର ଭଦ୍ରକ ମୟୁରଭଞ୍ଜ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି । ଓଡ଼ିଶାରେ ବର୍ଷା ହେବାର ସଂଭାବନାକୁ ଦୃଷ୍ଟିରେ ଗତକାଲି ଓୟୁଏଟି ପକ୍ଷରୁ ଚାଷ ଏବଂ ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଥିଲେ । ବର୍ଷା ସଂଭାବନା ଥିବା ସୂଚନା ଦେଇ, ଅମଲ ହେଇଥିବା ଫସଲକୁ କାଟି ଆଣି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି କେଉଁ ଉପାୟରେ ଧାନ ଓ ପନିପରିବାକୁ ବର୍ଷା ଦାଉରୁ ରକ୍ଷା କରାଯାଇ ପାରିବ ସେ ନେଇ ପରାମର୍ଶ ଦେଇଥିଲା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ।