ରାଜ୍ୟରେ ବଢୁଛି ଶୀତ । ଲମତାପୁଟରେ ୫ ଡିଗ୍ରୀ ତଳକୁ ଖସିଲା ପାରଦ

ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ବଢିବାରେ ଲାଗିଛି

103

କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ସଞ୍ଜ ନଇଁଲେ ପାରଦ ଖସିବାରେ ଲାଗିଛି । ସାରା ଓଡିଶାରେ ଏପରି ଚିତ୍ର । ତେବେ ଏହି ସମୟରେ ପାହାଡିଆ ଅଚଂଳ କଥା ପଚାରେ କିଏ? ମିଳିଥିବା ସୂଚନ ଅନୁସାରେ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଶୀତର ଲହରି ଦୁଇ ଦିନ ହେଲା ବଢିଯାଇଛି। ସକାଳୁ ସାଧାରଣ ଲୋକ ଉଠି ନିଜ କାମ କରିବାକୁ ବହୁ କଷ୍ଟ ସାଧ୍ୟ ହେଉଛି। ଦୁଇ ଦିନ ହେଲା ପାରଦ ୫ ଡିଗ୍ରୀକୁ ଖସିଯାଇଛି। ଯାହା ଫଳରେ ଲୋକ ମାନେ ଘରୁ ବାହାରିବା ପାଇଁ ବହୁ ହଇରାଣ ହେବା ସହ ନିଜ କାମ ପାଇଁ ଯାଇପାରୁନାହାନ୍ତି। ସମଗ୍ର ଅଞ୍ଚଳ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ କୁହୁଡିରେ ଢାଙ୍କି ହୋଇ ରହୁଥିବା ବେଳେ ଯାନବାହନ ଚଳାଚଳରେ ମଧ୍ୟ ବାଧାପ୍ରାପ୍ତ ହେଉଛି।

 

କୁହୁଡି ଯୋଗୁଁ ଲୋକ ମାନେ ନିଜର କାମ ଗୁଡିକ ବିଳମ୍ବରେ କରୁଥିବା ଦେଖିବାକୁ ମିଳୁଛି। ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପିନ୍ଧିବା ସହ ନିଆଁର ସାହାଯ୍ୟ ନେଉଥିବା ଦେଖିବାକୁ ମିଳୁଛି। ଅପର ପକ୍ଷରେ ଏହି ଶୀତକୁ ଉପଭୋଗ କରିବାକୁ ମାଛକୁଣ୍ଡ, ଡୁଡୁମାକୁ ବହୁ ପର୍ଯ୍ୟଟକମାନେ ଆସୁଥିବା ଦେଖିବାକୁ ମିଳୁଛି। କେବଳ ଚଳିତ ଥର ନୁହେଁ ବରଂ ପ୍ରତ୍ୟେକ ବର୍ଷ ଏପରି ଭାବରେ ପର୍ଯ୍ୟଟକଙ୍କ ଭିଡ ସେଠାରେ ଦେଖିବାକୁ ମିଳିଥାଏ ।

 

ସେପଟେ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଡିସେମ୍ବର ୧୦ ଅର୍ଥାତ ସୋମବାର ଦିନଠାରୁ ସାରା ରାଜ୍ୟରେ ପାରଦ କମିବ । ତେଣୁ ପାରଦ କମିବା ଫଳରେ ଶାତ ଆହୁରି ବଢିବ । ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ସକାଳୁ ଲୋକମାନେ ବିଭିନ୍ନ ପାର୍କ ଓ ଖେଳପଡିଆରେ ଶାରୀରିକ ବ୍ୟାମ କରୁଥିବା ଦେଖିବାକୁ ମଧ୍ୟ ମିଳିଛି । ତେବେ ଜିଲ୍ଲାରେ ଏପରି ଶୀତ ପ୍ରତ୍ୟେକ ବର୍ଷ ହୁଏ । ଚଳିତ ଥର ମଧ୍ୟ ହେଉଛି । ତେଣୁ ଆମେ ମାନେ ଶୀତକୁ ଉପଭୋଗ କରୁଛୁ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।