ଜିଏସଟି ପାଇଁ ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ! ଗୃହରେ ବିଲ୍ ଉପରେ ଆଲୋଚନା ପରେ ହେବ ପାରିତ

27

କନକ ବ୍ୟୁରୋ: ଆଜିଠୁ ବିଧାନସଭାର ଦୁଇ ଦିନିଆ ଅଧିବେଶନ ଆରମ୍ଭ ହେଉଛି । ଏଥିରେ ଓଡିଶା ଦ୍ରବ୍ୟ ସେବା କର ଆଇନ୍ ଏବଂ ଓଡିଶା ମୂଲ୍ୟଯୁକ୍ତ କର ସଂଶୋଧନ ଆଇନ୍ ଅନୁମୋଦନ ହେବାର କାର୍ଯ୍ୟକ୍ରମ ରହିଛି । ୧୧ଟାରୁ ଅଧିବେଶନ ଆରମ୍ଭ ହେବ ।

ତେବେ ସବୁ ଅଧବେଶନ ଭଳି ଏଥିରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ନାହିଁ । ଶୋକପ୍ରସ୍ତାବ ପରେ ସିଧାସଳଖ ବିଲ୍ ଆଗତ ହେବ । ଏବଂ ଏହା ଉପରେ ଆଲୋଚନା କରାଯାଇ ପାରିତ ହେବ । ଏହି ନୂଆ ଆଇନ୍ ଲାଗୁ ହେଲେ ରାଜ୍ୟର କେତେ ନିର୍ଦ୍ଦିଷ୍ଟ କ୍ଷତି ହେବ ତାହା ଆକଳନ କରିବା କଷ୍ଟକର । ମାତ୍ର ଯଦି ହୁଏ, ତେବେ ଜିଏସଟି କ୍ଷତିପୂରଣ ପାଣ୍ଠିରୁ ଏହାକୁ ଭରଣା କରାଯିବ ।