ଉତର-ପୂର୍ବ ବଙ୍ଗୋପସାଗରରେ ଟ୍ରାପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରାପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୭୭.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୪ରୁ ୫ ଦିନ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆସନ୍ତା ୨୪ ଘଂଟା ମଧ୍ୟରେ ଉପକୂଳ, ଉତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଲଗାଣ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲାର ସଂଜ ଓ ଦେଓ ନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଉଦଳାରୁ ବାରିପଦା ରାସ୍ତା ମଝିରେ ଅଦାପାଳ ଓ ବୃନ୍ଦାଗଡି ପୋଲ ଉପରେ ଆଣ୍ଠୁଏ ଉପରେ ପାଣି ଚାଲିଛି । ଦେଓ ନଦୀରେ ବନ୍ୟା ଯୋଗୁଁ ଉଦଳା ଓ ବାଲେଶ୍ୱର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।