ଆସନ୍ତା ୪ ତାରିଖରେ ଲଘୁଚାପ ସୃଷ୍ଟିର ସମ୍ଭାବନା : ଓଡିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତା ୨୪ଘଂଟା ମଧ୍ୟରେ ଉତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବାନା ରହିଛି । ଆଜି ସକାଳ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ୨୧.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କଟକରେ ୧୨.୪, ପୁରୀରେ ୯.୪ ଓ ଗୋପାଳପୁରରେ ୭.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ଆସନ୍ତା ୪ ତାରିଖରେ ଓଡିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତର ଓଡିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ପାଗ ଆଗାମୀ ୬ ତାରିଖ ଯାଏ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶରେ ଉତର ଉପକୂଳରେ ଥିବା ଘୂର୍ଣ୍ଣିବଳୟ ଓଡିଶା ଆନ୍ଧ୍ର ପ୍ରଦେଶ ସୀମାସ୍ଥିତ ସ୍ଥଳଭାଗରେ ରହିଛି । ଏହାର ପ୍ରଭାବରେ ଆଜି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।