ଆସୁଛି ବର୍ଷା ବିପତ୍ତି ! ବନ୍ୟା ସମୟରେ ଆଶଙ୍କା ବଢ଼ାଇଲା ପାଣିପାଗ ବିଭାଗର ପୂର୍ବାନୁମାନ

18

କନକ ବ୍ୟୁରୋ : ବର୍ଷା, ବନ୍ୟା ଓ ବିପତ୍ତି ଭିତରେ ଆଶଙ୍କା ବଢ଼ାଇ ଦେଇଛି ପାଣିପାଗ ବିଭାଗର ପୂର୍ବାନୁମାନ । ଘନିଭୂତ ହୋଇଛି ଲଘୁଚାପ, ଯାହା ୨୪ ଘଂଟା ମଧ୍ୟରେ ଡିପ୍ରେସନର ରୂପ ନେବାର ସଂଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି । ଘଂଟାପ୍ରତି ୪୫ କିଲୋମିଟର ବେଗରେ ପବନ ବହିବାର ସଂଭାବନା ରହିଛି ।

ଉପକୂଳ ଓଡିଶାରେ ମଧ୍ୟ ଅତିପ୍ରବଳ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ଘନିଭୂତ ହେବା ପରେ ଦକ୍ଷିଣ ଓଡିଶାରେ ପ୍ରାୟ ୨୧ ସେଂଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ସୂଚନା ଦିଆଯାଇଛି । ଲଗାଣ ବର୍ଷା ଫଳରେ ସାରା ଓଡିଶାରେ ନଦୀଗୁଡିକର ଜଳସ୍ତର ବଢିଥିବା ମଧ୍ୟ ସୂଚନା ଦେଇଛି ପାଣିପାଗ ବିଭାଗ ।