ପୁଣି ଏକ ଲଘୁଚାପ ! ୧୬ରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷିବ

23

କନକ ବ୍ୟୁରୋ :ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ତାମିଲନାଡ଼ୁ ଉପକୂଳ ଦେଇ ଆନ୍ଧ୍ର ପ୍ରଦେଶ, ଓଡ଼ିଶାକୁ ଗତି କରିବାର ସମ୍ଭାବନା ଅଧିକ। ଏହାର ପ୍ରଭାବରେ ଆସନ୍ତା ୧୬ରୁ ୧୮ ତାରିଖ ମଧ୍ୟରେ ଦକ୍ଷିଣ, ଉପକୂଳ ଏବଂତ୍ତଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ୧୨ ତାରିଖ ପରଠାରୁ ମେଘୁଆ ପାଗ ରହିବ। ବାୟୁମଣ୍ଡଳରେ ଜଳୀୟବାଷ୍ପ ବି ଭରିଯିବ। ଫଳରେ ଥଣ୍ଡା କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ । ଏହି ଲଘୁଚାପ ଚାଷୀଙ୍କ ପାଇଁ ବିପଦକୁ ଡାକି ଆଣିବ । ଗୋଟିଏ ପଟେ ଚକଡା ପୋକର ଚଡକ ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ଏହି ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏଭଳି ସମୟରେ ବର୍ଷା ହେଲେ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯିବ । ତେଣୁ ପାଚିଲା ଧାନକୁ ବିଲରୁ ଆଣିବାକୁ ଚାଷୀଙ୍କୁ ସୂଚନା ଦିଆଯାଇଛି ।