ସମ୍ଭାବ୍ୟ ବାତ୍ୟା ନେଇ ୧୨ଟି ଜିଲ୍ଳାରେ ଆଲର୍ଟ, ୪ ଜିଲ୍ଲାକୁ ଅଧିକ ବିପଦ ! ଆସନ୍ତା ୨୪ ଘଂଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ଅମ୍ଫାନ’

କେନ୍ଦ୍ରାପଡାରେ ପ୍ରସ୍ତୁତି ଆରମ୍ଭ: ଜିଲ୍ଲାପାଳ କହିଲେ, ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଟିମ୍

4,600

କନକ ବ୍ୟୁରୋ: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ସାମୁଦ୍ରିକ ଝଡ ଅମ୍ଫାନ । ଶନିବାର ସକାଳ ସାଢେ ୮ଟା ସୁଦ୍ଧା ଅବପାତରେ ପରିଣତ ହୋଇସାରିଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ଆଜି ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ ବୋଲି କହିଛଇ ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ବାତ୍ୟାର ଆଖି ସୃଷ୍ଟି ହେବ । ସେହିପରି ପରବର୍ତୀ ୧୨ଘଂଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ତେବେ ବର୍ତମାନ ଏହା ପାରାଦୀପ ଠାରୁ ଦକ୍ଷିଣରେ ୧୧ଶହ କିଲୋମିଟର ଦୂର ଓ ଦୀଘାଠାରୁ ୧୨ଶହ ୫୦ କିଲୋମିଟର ଦୂରରେ ଅବସ୍ଥିତ ଅଛି । ବାତ୍ୟା ଅମ୍ଫାନ ଭୀଷଣ ରୂପ ନେବ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାର ଗତିପଥ ନେଇ ସାଟେଲାଇଟ ଇମେ ଜାରି କରିଛି ପାଣିପାଗ ବିଭାଗ ।

 

ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବେଶି ପ୍ରଭାବ ପଡିପାରେ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଏସବୁ ଜିଲ୍ଲା ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଅନ୍ୟପଟେ, ସାମ୍ଭାବ୍ୟ ବାତ୍ୟକୁ ନଜରରେ ରଖି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଗଂଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

 

ସେପଟେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଥିବା କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଗତକାଲି ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ସରପଂଚ, ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କ ସହ ବୈଠକ ବସିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ାର ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ୁତ ରହିିଛି । ସେହିପରି ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ବାତ୍ୟା ପରେ ରାସ୍ତା ସଫା ପାଇଁ ଟିମ୍ ପ୍ରସ୍ୁତ ଥିବା ସେ କହିଛନ୍ତି ।