ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହେଲା ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ! ଓଡିଶା ପ୍ରତି ବିପଦ ନଥିଲେ ବି ୮ ଓ ୯ରେ ପ୍ରବଳ ବର୍ଷିବ

23

କନକ ବ୍ୟୁରୋ : ପୁଣି ପ୍ରବଳ ବର୍ଷିବ । ଗୁରୁବାରଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ୱେଲ ମାର୍କ ଲୋ ପ୍ରେସରର ରୂପ ନେଇଛି । ଏହା ଆସନ୍ତା ଦୁଇ ଦିନ ମଧ୍ୟରେ ଗଭୀର ଅବପାତର ରୂପ ନେବ ।

ଆସନ୍ତା ୪ ଦିନ ଭିତରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁପାରେ । ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବରଗଡ, ବଲାଙ୍ଗୀର, ଗଞ୍ଜାମ, ଗଜପତି, ମାଲକାନଗିରି, କଳାହାଣ୍ଡିରେ ଅଧିକ ବର୍ଷା ହୋଇପାରେ । ତେବେ ଆସନ୍ତା ୮ ଓ ୯ ତାରିଖରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସୂଚନା ପୁଣି ଥରେ ଚାଷୀର ଚିନ୍ତା ବଢ଼ାଇଦେଇଛି । କାରଣ ଗତ ନଭେମ୍ବର ୧୫ ଲଘୁଚାପ ବର୍ଷାରେ ରାଜ୍ୟର ଅଧିକାଂଶ ଅଂଚଳ ଭିଜିଥିଲା । ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ ଗଜା ହୋଇଥିଲା । ଯାହାକୁ ନେଇ ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତି ହୋ-ହଲ୍ଲା ହୋଇଥିଲା ।