ଡିପ୍ ଡିପ୍ରେସନର ରୂପ ନେଇ ଗତିକରୁଛି ଲଘୁଚାପ : ୨୫ ଓ ୨୬ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନର ରୂପ ନେଇ ଗତି କରୁଛି । ଗୋପାଳପୁରରୁ ଦକ୍ଷିଣକୁ ୯୫୦ କିଲୋମିଟର ଦୂରରେ ଅବସ୍ଥିତ ଅଛି ଲଘୁଚାପ । ଘଂଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି । ସଂଧ୍ୟା ସୁଧା ଘୂର୍ଣ୍ଣିଝଡର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଏବେ ଏହା ମିଆଁମାର ଆଡକୁ ଗତିି କରୁଛି । ତେବେ ଉପକୂଳ ଛୁଇଁବା ପରେ, ଦିଗ ପରିବର୍ତନ କରିବାର ସମ୍ଭାବନା ରହିଛି । ଦିଗ ପରିବର୍ତନ କଲେ ଏହି ସାମୁଦ୍ରିକ ଝଡ ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଆଂଚଳିକ ପାଣିପାଗ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖରେ ଉତର-ଦକ୍ଷିଣ ଓଡିଶାରେ ପ୍ରର୍ବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଇଏମଡିର ସୂଚନା ଅନୁଯାୟୀ ବାତ୍ୟା ସ୍ଥଳଭାଗକୁ ମାଡ କରିବ ନା ସମାନ୍ତରାଳ ଗତି କରିବ ତାହା ଅସ୍ପଷ୍ଟ । ସତର୍କତା ଦୃଷ୍ଟିରୁ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସେହିପରି ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।