ଆସୁଛି ସାଇକ୍ଲୋନ କ୍ୟାଂଟ : ଡିପ୍ ଡିପ୍ରେସନରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

51

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ଡିପ ଡିପ୍ରେସନରେ ପରିଣତ ହୋଇଛି । ଆଗାମୀ ୨୪ ଘଂଟା ମଧ୍ୟରେ ଏହା ସାଇକ୍ଲୋନିକ ଷ୍ଟର୍ମର ରୁପ ନେଇପାରେ । ଏହା ଉତର ପୂର୍ବ ଦିଗକୁ ଗତି କରୁଛି । ବର୍ତମାନ ଏହା ମିଆଁମାର ଆଡକୁ ମୁହାଁଉଥିବା ବେଳେ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଉତର ଓ ଉତର ପଶ୍ଚିମ ଦିଗରେ ଗତି କରିବ ।

ଉତର ମିଆଁମାର ଉପକୂଳରେ କେନ୍ଦ୍ରୀଭୂତ ହୋଇଛି ଘୁର୍ଣ୍ଣିଝଡ କ୍ୟାଂଟ । ବର୍ତମାନ ଏହା ଗୋପାଳପୁରଠାରୁ ୯୫୦ କିଲୋମିଟର ଦୂରରେ ରହିଛି । ବର୍ତମାନ କ୍ୟାଂଟର ପ୍ରଭାବ ଓଡିଶାରେ ଅନୁଭୂତ ହୋଇନଥିବାବେଳେ ଆସନ୍ତା ୨୪ ତାରିଖ ବେଳକୁ ଏନେଇ ସ୍ପଷ୍ଟ ହେବ ବୋଲି କହିଛି ଆଂଚଳିକ ପାଣିପାଗ ବିଭାଗ । ସତର୍କତା ଦୃଷ୍ଟିରୁ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସେହିପରି ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।  ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :