ଉତ୍ତର – ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ : ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପବନ ସହ ଲଗାଣ ବର୍ଷା

39

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଭୁବନେଶ୍ୱର ଆଚଂଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜିଠାରୁ ୨ ଦିନ ଯାଏଁ କ୍ରମାଗତ ବର୍ଷା ହେବାର ସଂଭାବନା ରହିଛି । ଉତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ବର୍ଷା ଦେଖିବାକୁ ମିଳିଛି ।

ତେବେ ଲଘୁଚାପ ଆସନ୍ତାକାଲି ସୁଦ୍ଧା ଡିପ୍ରେସନରେ ପରିଣତ ହେବା ସହ ୪୫ କି.ମି.ରୁ ଅଧିକ ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସମୁଦ୍ରରେ ୩ ରୁ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ଥିବାରୁ ସମସ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ।