ରେଳ ଷ୍ଟେସନ ପରିସରରେ ଶସ୍ତାରେ ଉପଲବ୍ଧ ହେବ ସାନିଟାରି ନାପକିନ୍ ! ବୃଦ୍ଧି କରାଯିବ ଶୌଚାଳୟ ସଂଖ୍ୟା, ଉପକୃତ ହେବେ ଲୋକେ

48

ଲୋକଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଅନେକ ପଦକ୍ଷେପ ନେଉଛି । ଯାତ୍ରୀଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଦୁର୍ଘଟଣାରୁ ବର୍ତ୍ତିବା ତଥା ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଉଦ୍ୟମ ଚଳାଇଛନ୍ତି ଭାରତୀୟ ରେଳବାଇ । ତେବେ ଏସବୁ ବ୍ୟତୀତ ଲୋକଙ୍କୁ ସ୍ୱଚ୍ଛତାକୁ ନେଇ ସଚେତନତା କରିବା ପାଇଁ ସାନିଟାରି ନାପକିନ୍ ଓ କଣ୍ଡୋମ୍ ବିକ୍ରି କରିବ । ଷ୍ଟେସନ ପରିସରରେ ଶସ୍ତାରେ ସାନିଟାରି ନାପକିନ୍ ଓ କଣ୍ଡୋମ୍ ଯୋଗାଇ ଦିଆଯିବ । ଯାହାଦ୍ୱାରା ଲୋକେ ସଚେତନ ହେବା ସହ ଷ୍ଟେସନ ମଧ୍ୟ ସଫାସୁତୁରା ରହିବ । ଏଥିପାଇଁ ଭାରତୀୟ ରେଳବାଇ ପ୍ରସ୍ତୁତ କରିଛ ନୂଆ ପଲିସି । ଯାହାକୁ ରେଲୱେ ବୋର୍ଡ଼ ମଞ୍ଜୁର ଦେଇସାରିଛି । ପଲିସି ଅନୁସାରେ ରେଳ ଷ୍ଟେସନର ପରିସରରେ ପ୍ଲାଟଫର୍ମ ଓ ଫ୍ଲାଟଫର୍ମ ବାହାରେ ମଧ୍ୟ ଶୌଚାଳୟ ତିଆରି ହେବ ।

indian-railway-station

ଶୌଚାଳୟ ନିର୍ମାଣ କରିବା ଦ୍ୱାରା ଗରିବ ଲୋକେ ଅଧିକ ଲାଭ ପାଇବେ ବୋଲି କହିଛି ଭାରତୀୟ ରେଳବାଇ । ଷ୍ଟେସନ ଆଖପାଖରେ ରହୁଥିବା ଲୋକମାନେ ଆର୍ଥିକ ସ୍ୱଚ୍ଛଳ ନଥାନ୍ତି । ସେମାନଙ୍କ ପାଖରେ ଭଲ ଘର ଖଣ୍ଡିଏ ନଥାଏ, ଆଉ ଶୌଚାଳୟ କଥା ବହୂ ଦୂର । ତେଣୁ ସେହିପରି ଲୋକମାନେ ଅଧିକ ଫାଇବା ପାଇବେ । ଆଉ ସେମାନେ ହିଁ ରେଳ ଷ୍ଟେସନ ପାଖକୁ ଅଧିକ ମଇଳା କରନ୍ତି । ବାହାରେ ଶୌଚ କରିବା ହେତୁ ସେମାନେ ବିଭିନ୍ନ ରୋଗରେ ପଡ଼ିଥାଆନ୍ତି । ତେବେ ରେଳବାଇର ଏପରି ପଦକ୍ଷେପ ଦ୍ୱାରା ରୋଗ ଉପରେ ନିୟନ୍ତ୍ରଣ ଆସିବା ସହ ଷ୍ଟେସନ ଗୁଡ଼ିକ ମଧ୍ୟ ସଫା ରହିବ ।

ତେବେ ଏଦୃଷ୍ଟିରୁ ରେଳ ଷ୍ଟେସନ ପରିସରରେ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ ନିର୍ମାଣ କରାଯିବ । ଏହା ବ୍ୟତୀତ ଷ୍ଟେସନ ପରିସରରେ ମାସିକ ଧର୍ମ ସହ ଜଡ଼ିତ ସମ ସଫାସୁତୁରା ତଥା ଗର୍ଭନିରୋଧକ ବିଷୟରେ ସଚେତନ କରିବେ । ମହିଳା ଓ ପୁରୁଷ ଶୌଚାଳୟରେ ଭେଣ୍ଡିଂ ମସିନ ଲାଗିବ । ଯେଉଁଠି ମହିଳାଙ୍କୁ ଶସ୍ତାରେ ସାନିଟାରି ନାପକିନ୍ ଓ ପୁରୁଷଙ୍କୁ କଣ୍ଡୋମ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଏବେ ଦେଶରେ ଛୋଟ ବଡ଼ ମିଶାଇ ପାଖାପାଖି ୮୫୦୦ ରେଳ ଷ୍ଟେସନ ଅଛି । ରେଳବାଇ ଏହି ସୁବିଧା ଯୋଗାଇବା ପାଇଁ ଖୁବ ଶୀଘ୍ର ନିଜ ଜମିରେ କାମ ଆରମ୍ଭ କରିବ ବୋଲି ସୂଚନା ମିଳିଛି । ତେବେ ଏହି ସୁବିଧା ଲାଗୁ ହେବା ପରେ ସମସ୍ତେ ଉପକୃତ ହେବେ ବୋଲି ଆଶା କରାଯାଉଛି ।