ଧର୍ମଶାଳା ବନ୍ଧଡିହ ଗାଁରେ ଅଭାବନୀୟ ଘଟଣା: ପ୍ରେମିକାକୁ ହାଣି ନିଜକୁ ହାଣିଲା ପ୍ରେମିକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

197

କନକ ବ୍ୟୁରୋ: ଯାଜପୁରର ଧର୍ମଶାଳା ଅନ୍ତର୍ଗତ ବନ୍ଧଡିହ ଗାଁର ଜଣେ ଯୁବକ ଓ ଜଣେ ଯୁବତୀ ପରସ୍ପର ମଧ୍ୟରେ ହଣାକଟା ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହତ ଯୁବକ ଜଣକ ହେଉଛନ୍ତି ୨୭ ବର୍ଷିୟ ଧନ ସାହୁ। ଆହତ ହୋଇଥିବା ୨୨ ବର୍ଷୀୟ ଯୁବତୀଜଣକ ମଧ୍ୟ ସେହି ଗ୍ରାମର।

ସୂଚନା ମୁତାବକ,କିଛି ବର୍ଷ ତଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଆଜି ସକାଳେ ଉଭୟ ଲହୁଲୁହାଣ ହୋଇ ଗ୍ରାମ ନିକଟ ରାସ୍ତାରେ ପଡ଼ିଥିବା କଥା ବାଟୋଇମାନେ ଦେଖିଥିଲେ। ଘଟନାସ୍ଥଳରୁ ଗୋଟିଏ ଧାରୁଆ ମଧ୍ୟ ମିଳିଛି। କୌଣସି କଥାକୁ ନେଇ ବୋଧହୁଏ ପରସ୍ପର ବିବାଦ କରି ହଣାହଣି ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରୁ ଘରଲୋକେ ଚିକିତ୍ସା ନିମନ୍ତେ ଝିଅକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।