କିଏ ଦେଇଛି କାହାକୁ ଧୋକା ! ମହିଳା ଥାନାରେ ୧୬୧ ଧାରାରେ ଦୁଇ ଯୁବତୀଙ୍କ ବୟାନ ରେକର୍ଡ

27

କନକ ବ୍ୟୁରୋ : ଜଣେ ଯୁବକଙ୍କୁ ଦୁଇ ପ୍ରେମିକା ମାଡ଼ ମାରୁଥିବାର ଭାଇରାଲ୍ ଭିଡିଓ ଘଟଣାରେ ଆସିଛି ନୂଆ ମୋଡ । ଆଜି ସଂପୃକ୍ତ ଦୁଇ ଯୁବତୀ ମହିଳା ଥାନାରେ ଯୁବକଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ଶାରୀରିକ ସମ୍ପର୍କ ରଖି ଯୁବକ ଜଣକ ସେମାନଙ୍କୁ ଧୋକା ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ସେପଟେ ସଂପୃକ୍ତ ଯୁବକ ମଧ୍ୟ ନ୍ୟାୟ ପାଇଁ କୋର୍ଟରେ ଯୁବତୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏସବୁ ଭିତରେ ପ୍ରଶ୍ନ ଉଠୁଛି କିଏ କହୁଛି ସତ ?

ସୋମବାରଦିନ ରାଜଧାନୀର ଏକ ପାର୍କରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବତୀ ମାଡ ମାରିଥିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ସଂପୃକ୍ତ ଯୁବକ କମଳ ଅଗ୍ରୱାଲ ନ୍ୟାୟ ପାଇଁ ସ୍ଥାନୀୟ ଏସଡିଜେଏମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ଗତକାଲି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ଏଥିରେ ଆଉ ଏକ ଚରିତ୍ର ଧସେଇ ପସିଛନ୍ତି । କୌତୁହଳର ବିଷୟ ହେଉଛି ଏହି ଭିଡିଓରେ ମାଡ ମାରୁଥିବା ଯୁବକ ଜଣକ ମାଡ଼ ଖାଉଥିବା ଯୁବକଙ୍କ ପ୍ରେମିକାଙ୍କ ପ୍ରେମିକ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚତୁର୍କୋଣୀୟ ପ୍ରେମ କାହାଣୀ ଆହୁରି ଜଟିଳ ହୋଇପଡିଛି ।

ଏବେ ଏହି ନୂଆ ଭିଡିଓ ଆସିବା ପରେ ଘଟିଣାଟି ଆହୁରି ରହସ୍ୟ ଘେରକୁ ଚାଲି ଯାଇଛି । ମାଡ଼ ମାରୁଥିବା ଯୁବକଙ୍କ ଏହି କାହାଣୀ ଭିତରେ କି ଭୂମିକା ରହିଛି, ତାହା ମଧ୍ୟ ସଂଦେହ ଘେରକୁ ଆସିଛି । ଯୁବକଙ୍କୁ ମାଡ ମାରିବା ସମୟର ସମସ୍ତ ଦୃଶ୍ୟ ଭିଡିଓ ରେକଡିଂ କରାଯାଇଛି ଏବଂ ସେଗୁଡିକୁ ଭାଗ ଭାଗ କରି ସୋସିଆଲ ମିଡିଆରେ ଛଡା ଯାଇଛି । ଏପରି କରିବା ପଛରେ କଣ ରହିଛି ଉଦ୍ଦେଶ୍ୟ, ଏହା ଏବେ ଘଟଣା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ଅନ୍ୟପଟେ ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି ମାଡ ମାରିବା ପରେ ତାଙ୍କ ସୁନା ଚେନ, ମନି ପର୍ସ ଓ କିଛି ଟଙ୍କା ମଧ୍ୟ ନେଇଯାଇଛନ୍ତି ଏବଂ ତାଙ୍କୁ ବ୍ଲାକମେଲିଂ କରାଯାଉଛି । ଭିଡିଓ ଭାଇରାଲ ହେବା ପରେ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ସଂପୃକ୍ତ ଯୁବକ । ତେବେ  ଯୁବକ ଜଣକ କୋର୍ଟରେ ମକଦମା କରିବା ପରେ, ୨ ଯୁବତୀ ପହଂଚି ଥିଲେ ମହିଳା ଥାନାରେ । ଆଉ ଅଭିଯୋଗ କରିଛନ୍ତି ଭାଇରାଲ ଭିଡିଓରେ ଥିବା ଯୁବକ ବାହା ହୋଇ ମଧ୍ୟ ୨ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ ।

ଗୋଟିଏ କମ୍ପାନୀରେ ଉଭୟ ଯୁବକ ଯୁବତୀ ଏକାଠି କାମ କରୁଥିଲେ । ଦୀର୍ଘ ୨ ବର୍ଷ ଧରି ଉଭୟଙ୍କ ବିତରେ ପ୍ରେମ ସଂପର୍କ ଗଢି ଉଠିଥିଲା । ହେଲେ ଯୁବତୀ ଜଣକ ଚାକିରୀ ଛାଡି ଅନ୍ୟ ଯାଗାରେ କାମ କରିବା ପରେ, ଜାଣିବାକୁ ପାଇଲେ ପ୍ରେମିକ ତାଙ୍କୁ ଧୋକ୍କା ଦେଇଛନ୍ତି । ତାଙ୍କପ ଅନ୍ୟ ଜଣେ ଯୁବତୀଙ୍କ ସହ ସଂପର୍କ ରହିଛି । ଆଉ ପ୍ରେମ ନାଁରେ ଧୋକା ଦେଇଛନ୍ତି ବୋଲି ଯୁବତୀ ନିଜ ୧୬୧ ଧାରା ବୟାନରେ ପୁଲିସକୁ କହିଛନ୍ତି ।

ଭାଇରାଲ୍ ଭିଡିଓକୁ ନେଇ, ଗୋଟିଏ ମାମଲା ଥାନାରେ ହୋଇଥିବା ବେଳେ, ଅନ୍ୟଟି କୋର୍ଟରେ । ପାରିପାଶ୍ୱିର୍କ ପ୍ରମାଣକୁ ନେଇ ପୁଲିସ ତଦନ୍ତ କରୁଛି । ହେଲେ କେହି ବୁଝି ପାରୁ ନାହାଁନ୍ତି – କିଏ ସତ କହୁଛି ଆଉ କିଏ ମିଛ ?