ପ୍ରେମିକାରୁ ପ୍ରତାରିତା ! ଜଣେ କିନ୍ନରଙ୍କ ପ୍ରେମ କାହାଣୀ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଥମେ ଶାରିରୀକ ସଂପର୍କ ଓ ପରେ ଲିଭ-୍ଇନ୍ ରିଲେସନସିପରେ ପରିଣତ ହେଲା ପ୍ରେମ । ହେଲେ ପ୍ରାୟ ୨ ବର୍ଷ ଏକାଠି ରହିବା ପରେ ଏବେ ପ୍ରେମ ପାଲିଟି ଯାଇଛି ପ୍ରତାରଣା । ଆଉ ଏବେ ନ୍ୟାୟ ପାଇଁ ଥାନାରେ ପହଂଚିଛି ମାମଲା । ତେବେ ଏହି ଅଭିଯୋଗର କାହାଣୀ ଟିକିଏ ନିଆରା । କାରଣ ଏଥିରେ ପ୍ରତାରିତା ହୋଇଛନ୍ତି ଜଣେ କିନ୍ନର ।

ସୂଚନା ଅନୁସାରେ , କିନ୍ନର ସାହିଲଙ୍କ ପ୍ରେମରେ ପଡିଯାଇ ଥିଲେ ଆଲୋକ ସାହୁ । ସ୍ନେହରୁ ବଂଚିତ ସାହିଲ ବି ଟିକିଏ ସ୍ନେହ ପାଇଁ ଭଲପାଇ ବସିଥିଲେ ଆଲୋକଙ୍କୁ । ଆଗେଇ ଥିଲା ଦୁହିଁକ ପ୍ରେମ । ଉଭୟ ଶାରିରୀକ ସଂପର୍କ ରଖିବା ସହ ଲିଭ-୍ଇନ୍ ରିଲେସନସିପରେ ବି ରହିଲେ ପ୍ରାୟ ୨ ବର୍ଷ ଧରି । ହେଲେ ହଠାତ୍ ଉଭୟଙ୍କ ପ୍ରେମରେ ଭଟ୍ଟା ପଡିଗଲା ।

ସାହିଲଙ୍କ କହିବାନୁସାରେ, ସଂସାର ଗଢିବାର ସ୍ୱପ୍ନ ଦେଖାଇ ଆଲୋକ ସାହିଲ ଠାରୁ ନେଇଥିଲେ ୪ ଲକ୍ଷ ଟଙ୍କା । ଏପରିକି ଟଙ୍କା ଦେବା ପାଇଁ ସାହିଲ ନିଜର ସ୍କୁଟି ମଧ୍ୟ ବିକ୍ରି କରିଥିଲେ । କିନ୍ତୁ ଆଲୋକ ଧୋକା ଦେଇଦେଲେ । ଆଉ ଭାଙ୍ଗିଗଲା ସାହିଲଙ୍କ ସ୍ୱପ୍ନ । ଆଉ ଏବେ ଆଲୋକଙ୍କ ବିରୋଧରେ ବାହାରି ପଡିଛି ପୁରା କିନ୍ନର ମହାସଙ୍ଘ ।

ଅଭିଯୋଗର ସତ୍ୟତା ଜାଣିବାକୁ ଆଲୋକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା ।