ଆପଣ ଜାଣନ୍ତି , ବୟସରେ ୧୦ ବର୍ଷ ବଡ଼ ଓ ୨ଟି ପିଲାର ମା’ଙ୍କ ପ୍ରେମରେ ପଡିଥିଲେ ଶିଖର ଧୱନ ! ଆଜି ସେ ତାଙ୍କର ଧର୍ମପତ୍ନୀ , ପଢନ୍ତୁ ଏହି ମଜାଦାର୍ ବନ୍ଧୁତା ଓ ପ୍ରେମର କାହାଣୀକୁ –

56

କୁହାଯାଏ ପ୍ରେମ ମାନିନଥାଏ କୌଣସି ସ୍ଥାନ କାଳ କି ପାତ୍ର । ସବୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରେମ ମହାନ । ଏହା ଯୁଗେ ଯୁଗେ ପ୍ରମାଣିତ ହୋଇଆସିଛି । ପ୍ରେମ ପାଇଁ ମଣିଷ ନିଜ ଜୀବନକୁ ବି ବାଜି ଲଗେଇଦିଏ । ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । ହେଲେ ଏନଡି ଟିଭିରେ ଏମିତି ଏକ ବନ୍ଧୁତା ଓ ପ୍ରେମର କାହାଣୀ ପ୍ରକାଶିତ ହୋଇଛି । ଯାହା ପଢିଲେ ଆପଣ ଚକିତ ହେବା ସହ ଖୁସି ମଧ୍ୟ ହେବେ । କହିବେ ସତରେ ପ୍ରେମ ମହାନ । ଯାହା ଦୁଇଟି ମନ ପ୍ରାଣ ଓ ହୃଦୟକୁ ସବୁଠି ଓ ସବୁଠାରେ ମିଳନର ଏକ ଅପୂର୍ବ ଶୀହରଣ ଦେଇଥାଏ । ଆଉ ସଫଳତାର ଶିଖରରେ ପହଁଚାଇଥାଏ ।

ଭାରତୀୟ କ୍ରିକେଟ ଦଳର ଧମାକାଦାର ଓପନର ଭାବେ ଖୁବ୍ ଜଣାଶୁଣା ଶିଖର ଧୱନ । ଆଜି ସେ ୩୨ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ନିଜର ଚମତ୍କାର ଓ ସାହାସିକତାର ଖେଳ ଯୋଗୁଁ ସେ ‘ଗବର’ ନାମରେ ପରିଚିତ । ଧୱନ କ୍ରିକେଟକୁ ଯେତିକି ଗୁରୁତ୍ୱ ଦିଅନ୍ତି ,ନିଜର ପରିବାରକୁ ମଧ୍ୟ ସେତିକି ଗୁରୁତ୍ୱ ଦେଇଥାନ୍ତି । ଟିମ୍ ଇଣ୍ଡିଆ ଯେକୌଣସି ସ୍ଥାନକୁ ଭ୍ରମଣ ପାଇଁ ଗଲେ ଧୱନ ସବୁବେଳେ ତାଙ୍କ ପୁଅ ଜୋରାବର ଏବଂ ସ୍ତ୍ରୀ ଆୟେଶାଙ୍କୁ ସାଙ୍ଗରେ ନେଇ ଯାଆନ୍ତି । ଖେଳ ଗ୍ରାଉଣ୍ଡରେ ମଧ୍ୟ ତାଙ୍କ ପତ୍ନୀ ଆୟେଶା ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରନ୍ତି । ଏହି ଯୋଡିଙ୍କୁ ଟିମ୍ ଇଣ୍ଡିଆର ଆଇଡଲ କପଲ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି କିଭଳି ଏହି ଯୋଡିଙ୍କର ସମ୍ପର୍କ ଗଢି ଉଠିଥିଲା । ଆଉ ଏହି ସଂପର୍କ ଦିନେ ନେଇଥିଲା ପ୍ରେମର ରୂପ । ଏବଂ ଧୱନଙ୍କର ଅଷ୍ଟ୍ରେଲିଆ ବକ୍ସରଙ୍କ ସହ କିପରି ପରିଚୟ ଗଢି ଉଠିଥିଲା ।

ଫେସବୁକରେ ହୋଇଥିଲା ପ୍ରଥମ ଦେଖା:
ଥରେ ଶିଖର ଧୱନ ଏବଂ ହରଭଜନ ଫେସବୁକ ଚଲାଉଥିଲେ । ସେହି ସମୟରେ ହରଭଜନଙ୍କ ପ୍ରୋଫାଇଲରେ ଥିବା ଏକ ଫଟୋ ଉପରେ ତାଙ୍କ ନଜର ପଡିଥିଲା । ସେ ସେହି ଫଟୋକୁ ଦେଖି ସାଙ୍ଗେ ସାଙ୍ଗେ ଫ୍ରେଣ୍ଡ ରିକ୍ୱେସ୍ଟ ପଠାଇଥିଲେ । କିନ୍ତୁ ଏହି ଅଷ୍ଟ୍ରେଲିଆର ବକ୍ସର ତାଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟକୁ ଗ୍ରହଣ କରିବେ ବୋଲି ସେ କେବେ ସ୍ୱପ୍ନରେ ସୁଧା ଭାବିନଥିଲେ । ମାତ୍ର ରିକ୍ୱେଷ୍ଟ ପଠାଇବା ମାତ୍ରେ ଆୟେଶା ଗ୍ରହଣ କରିନେଇଥିଲେ । ସେହିଭଳି ଫେସବୁକରେ ଦୁଇ ଜଣଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ଏହା ଗଭୀର ସମ୍ପର୍କରେ ପରିଣତ ହୋଇଥିଲା । ଦୁହେଁ ଦୁହିଁଙ୍କ ସହ ସମସ୍ତ ବିଷୟ ସେୟାର କରୁଥିଲେ ।

ବନ୍ଧୁତ୍ୱ ବଦଳିଲା ପ୍ରେମରେ :
ପ୍ରତିଦିନ କଥାବାର୍ତ୍ତାରେ ଦୁହିଁଙ୍କ ଅଜାଣତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆୟେଶା ତାଙ୍କଠାରୁ ୧୦ବର୍ଷ ବଡ ଏବଂ ୨ଟି ଶିଶୁଙ୍କ ମା’ ବୋଲି ଧୱନ ଜାଣିଥିଲେ । କିନ୍ତୁ ଧୱନ ଏସବୁକୁ ନଜର ଅନ୍ଦାଜ କରି ବିବାହ ପ୍ରସ୍ତାବ ଦେଇଥିଲେ । ଆୟେଶା ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ଏହାପରେ ଧୱନ ତାଙ୍କୁ ବିବାହ ପାଇଁ ସମୟ ମାଗିଥିଲେ କାରଣ ସେତେବେଳେ ଧୱନଙ୍କ କ୍ୟାରିୟରର ମୂଳଦୁଆ ଥିଲା । ଧୱନଙ୍କ ପରିବାର ଏହି ସମ୍ବନ୍ଧରେ ଜାଣିବା ମାତ୍ରେ ବିବାହର ଅନୁମତି ଦେଇନଥିଲେ । କିନ୍ତୁ ପରେ ପରିବାର ଲୋକେ ଏହି ବିବାହକୁ ସମର୍ଥନ ଦେଇଥିଲେ । ୩୦ଅକ୍ଟୋବର, ୨୦୧୨ରେ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ଏଠାରେ କହି ରଖୁଛୁ ଯେ, ଆୟେଶାଙ୍କ ପ୍ରଥମ ବିବାହ ଏକ ବ୍ୟବସାୟୀଙ୍କ ସହ ହୋଇଥିଲା । ପ୍ରଥମ ବିବାହରେ ତାଙ୍କର ରିୟା ଓ ଆଲିୟା ନାମରେ ଦୁଇଟି ଝିଅ ଅଛନ୍ତି ଏବଂ ଧୱନ ଓ ଆୟେଶା ଜୋରାବର ନାମରେ ଗୋଟେ ପୁଅ ଅଛନ୍ତି ।

( ସୌଜନ୍ୟ- ଏନଡି ଟିଭି )