ବାଦଶାହା କେମିତି ସାଜିଲେ ଲଭର୍ ବୟ ! ଜନ୍ମ ଦିନରେ ପ୍ରେମ କାହାଣୀ

168

୫୧ରେ ପାଦ ଥାପିଛନ୍ତି ବଲିଉଡର ବାଦଶାହା ଶାହରୁଖ ଖାନ୍ । ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨ ତାରିଖ ୧୯୬୫ରେ ଜନ୍ମ ହୋଇଥିଲେ ଶାହରୁଖ୍ । ଆଜି ବି ଅନେକ ଝିଅ ପ୍ରାଗଳ ତାଙ୍କ ପାଇଁ । କିନ୍ତୁ ଶାହରୁଖ୍ ଗତ ୩୨ ବର୍ଷ ହେବ କେବଳ ଜଣଙ୍କ ପାଇଁ ପାଗଳ, ସେ ହେଉଛନ୍ତି ଗୌରୀ ଖାନ୍ । ତେବେ କିଙ୍ଗ୍ ଖାନ୍ ଓ ଗୌରୀଙ୍କ ଲଭ୍ ଷ୍ଟୋରୀ କୌଣସି ବଲିଉଡ୍ ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ । ଯେଉଁଥିରେ ଅଛି ପ୍ରେମ, ବିଚ୍ଛେଦ ଏବଂ ହାପି ଏଣ୍ଡିଙ୍ଗ୍ । ଏବେ ନଜର ପକାନ୍ତୁ ବାଦଶାହା କେମିତି ସାଜିଲେ ଲଭର୍ ବୟ ।

shahrukhkhanwithgauriduringcollegedays-7୧୯୮୪ରେ ଦିଲ୍ଲୀର ଏକ ପାର୍ଟିରେ ଦେଖା ହୋଇଥିଲା ଏହି ଲଭ୍ ବର୍ଡଙ୍କର । ସେତେବେଳେ ଶାହରୁଖଙ୍କୁ ୧୯ ବର୍ଷ ହୋଇଥିବା ବେଳେ ଗୌରୀଙ୍କ ବୟସ ଥିଲା ମାତ୍ର ୧୪ ବର୍ଷ । ଆଉ ପ୍ରଥମ ଦେଖାରେ କିଙ୍ଗ୍ ଖାନଙ୍କ ହୃଦୟର ରାଣୀ ବନି ଯାଇଥିଲେ ଗୌରୀ । ହେଲେ ଗୌରୀଙ୍କୁ କିନ୍ତୁ ଶାହରୁଖ୍ ପସନ୍ଦ ହୋଇ ନଥିଲେ ।

ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ବଢିବାରେ ଲାଗିଲା । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୌରୀ ଘରେ ଥିବା ସମୟରେ ଶାହରୁଖ୍ ତାଙ୍କୁ ଶାହୀନ୍ ନାଁରେ ଫୋନ୍ କରୁଥିଲେ । ଆଉ ଶାହୀନ୍ ନାଁ ଶୁଣି ଗୌରୀ ଜାଣି ଯାଉଥିଲେ କି ଶାହରୁଖ୍ ଫୋନ୍ କରିଛନ୍ତି ବୋଲି ।

shah-rukh-khan-gauri-khans-wedding-pictures-1ତେବେ ଉଭୟଙ୍କ ଧର୍ମ ସହ ଷ୍ଟାଟସରେ ଆକାଶ ପାତାଳ ଫରକ ଥିବାରୁ ବିବାହରେ ରାଜି ହୋଇନଥିଲେ ଗୌରୀଙ୍କ ପରିବାର ଲୋକ । ତେବେ ତାଙ୍କ ଲଭ୍ ଷ୍ଟୋରୀକୁ ଯେଉଁଦିନ ୫ ବର୍ଷ ପୁରିଲା ଠିକ୍ ତା ପର ଦିନ ବିଚ୍ଛେଦ ହୋଇ ଯାଇଥିଲା ଏହି ପେମୀଯୁଗଳଙ୍କର । କାରଣ କିଛି ନ କହି ଗୌରୀ ଚାଲି ଯାଇଥିଲେ ମୁମ୍ବାଇ । ତେବେ ପୁଣି କିଛି ବର୍ଷ ପରେ ଉଭୟଙ୍କର ଦେଖା ହୋଇଥିଲା ଏବଂ ପରସ୍ପରକୁ ବିବାହ କରିବାକୁ ନିଷ୍ପତି ନେଇଥିଲେ ଏହି ଲଭ୍ ବର୍ଡ ।

shah-rukh-khan-with-family1୧୯୯୧ରେ ସମାଜ ଓ ପରିବାର ବିରୋଧରେ ଯାଇ ଉଭୟ ବିବାହ କରିଥିଲେ । ତେବେ ସେ ସମୟରେ ଶାହରୁଖ୍ କେବଳ ଟିଭି ସିରିୟଲରେ କାମ କରୁଥିଲେ । ଯେଉଁଥି ପାଇଁ ଗୌରୀଙ୍କ ପରିବାର ଲୋକ ଖୁସି ନଥିଲେ ।

ତେବେ ବିବାହର ଠିକ୍ ୨୫ବର୍ଷ ପରେ ଅର୍ଥାତ୍ ଏବେ ହିନ୍ଦି ସିନେମା ଦୁନିଆରେ ରାଜ୍ କରୁଛନ୍ତି କିଙ୍ଗ୍ ଖାନ୍ । ଆଉ ଗୌରୀଙ୍କ ପସନ୍ଦକୁ ନେଇ ଏବେ ଗର୍ବିତ ତାଙ୍କ ଘର ଲୋକ ।