ସ୍ୱାମୀଙ୍କ ପ୍ରେମକୁ ନେଇ ମହିଳା ସରପଂଚଙ୍କ ଘରେ ଭଙ୍ଗାରୁଜା

37

କଳାହାଣ୍ଡି : ମହିଳା ସରପଂଚଙ୍କ ଘରେ ନିଆଁ ଲଗାଇଦେଲେ ଗ୍ରାମବାସୀ । ଏମିତି କି ଲୋକଙ୍କ ରାଗରୁ ବର୍ତି ନାହାନ୍ତି ପୁଲିସ । ଏକ ଆଦିବାସୀ ଝିଅକୁ ସରପଂଚଙ୍କ ସ୍ୱାମୀ ପ୍ରେମ କରିବାରୁ ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଦୁଣଗରିପଦର ଗାଁରେ । କିଛି ଦିନ ତଳେ ଥୁଆପଦର ପଞ୍ଚାୟତର ସରପଞ୍ଚ ବନ୍ଦନା ହରପାଲଙ୍କ ସ୍ୱାମୀ ସେହି ଗାଁର ଜଣେ ଆଦିବାସୀ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲା । ଗତକାଲି ସେମାନେ ଘରୁ ଫେରିଥିଲେ । ଆଦବାସୀ ଯୁବତୀଙ୍କୁ ନେଇ ଫେରାର ହୋଇଥିବା କଳାହାଣ୍ଡି ସଦର ଥାନାରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୁଲିସ ଏହି ଘଟଣାରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରି ଉତ୍ୟକ୍ତ ଗ୍ରାମବାସୀ ବନ୍ଦନାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଏହାସହ ଗୋଟିଏ ଟ୍ରାକ୍ଟର, ବୋଲେରୋ ଓ ୨ଟି ବାଇକ ପୋଡି ଦେଇଛନ୍ତି । ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି । ଉତ୍ୟକ୍ତ ଲୋକଙ୍କ ମାଡରେ ଜଣେ ଏସଆଇ, ଏସ.ଡି.ପି.ଓ ଓ ଆଇଆଇସି ଆହାତ ହୋଇଛନ୍ତି । ଏବେ ବି ଗାଁରେ ଉତେଜନା ଲାଗି ରହିଥିବାରୁ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉପ- ଜିଲ୍ଲାପାଳ, ଅତିରିକ୍ତ ଏସ.ପି ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।