ଚର୍ଚ୍ଚାରେ ଟ୍ରମ୍ପ ଓ ମେଲାନିଆଙ୍କ ପ୍ରେମ କାହାଣୀ । ଜାଣନ୍ତୁ କିଭଳି ୫୨ ବର୍ଷୀୟ ରିୟଲ ଇଷ୍ଟେଟ ସମ୍ରାଟଙ୍କ ହାତ ଧରିଥିଲେ ୨୮ ବର୍ଷୀୟ ମଡେଲ୍

୨୪ରେ ଭାରତ ଆସୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆମେରିକା ଫାଷ୍ଟ ଲେଡି

2,306

କନକ ବ୍ୟୁରୋ: ଆଗାମୀ ୨୪ ତାରିଖରେ ରଷ୍ଟ୍ରପତି ଟ୍ରମ୍ପଙ୍କ ସହ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ଭାରତ ଗସ୍ତରେ ଟ୍ରମ୍ପ ଦମ୍ପତି ପ୍ରେମର ପ୍ରତୀକ ଆଗ୍ରାରେ ତାଜମହଲ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହାରି ଭିତରେ ପୁଣି ଚର୍ଚ୍ଚାକୁ ଫେରିଛି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପଙ୍କ ପ୍ରେମ କାହାଣୀ । କିଭଳି ୫୨ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରେମ କଲେ ୨୮ ବର୍ଷୀୟ ମେଲାନିଆ? ସେତେବେଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇନଥିଲେ ସୁଦ୍ଧା କେମିତି ତାଙ୍କୁ ମନ ଦେଇଥିଲେ ମେଲାନିଆ?

ମିଳିଥିବା ସୂଚନା ଅନୁସାରେ, ଆମେରିକାରେ ରିୟଲ ଇଷ୍ଟେଟ ସମ୍ରାଟ ଭାବେ ଜଣାଶୁଣା ଥିଲେ ଡୋନାଲ୍ଡ ଟ୍ରମ୍ପ । ନ୍ୟୁୟର୍କ ସିଟି ଫ୍ୟାଶନ ୱିକ ଚାଲିଥିବାବେଳେ ଟାଇମ୍ସ ସ୍କେ୍ୱୟାର କିଟକ୍ୟାଟ କ୍ଲବରେ ଥିଲା ଏକ ପାର୍ଟି । ସେହିଠାରେ ପ୍ରଥମେ ମେଲାନିଆଙ୍କୁ ଦେଖିଥିଲେ ଡୋନାଲ୍ଡ । ସେତେବେଳକୁ ଦୁଇଥର ବିବାହ କରିସାରିଥିଲେ ଡୋନାଲ୍ଡ ଟ୍ରମ୍ପ । ଏପରିକି ଦ୍ୱିତୀୟ ପତ୍ନୀ ମାର୍ଲା ମେପଲଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ ।

ତେବେ ପାର୍ଟିରେ ସ୍ଲୋବାନିଆର ସୁନ୍ଦରୀ ମଡେଲ ମେଲାନିଆଙ୍କୁ ଦେଖିବା ପରେ ଆକର୍ଷିତ ହୋଇଥିଲେ ଡୋନାଲ୍ଡ । ପାର୍ଟିରେ ଦୁହେଁ ପରସ୍ପରକୁ ଫୋନ ନମ୍ବର ଆଦାନ ପ୍ରଦାନ କଲେ । ଆଉ ଏହାର ସପ୍ତାହେ ପରେ ଡୋନାଲ୍ଡଙ୍କୁ ପ୍ରଥମେ ଫୋନ କରିଥିଲେ ମେଲାନିଆ । କିଛିଦିନ ଭିତରେ ଦୁହିଁଙ୍କ ସଂପର୍କ ଆଗକୁ ବଢିଥିଲା । ୨୦୦୦ରେ ଟ୍ରମ୍ପ ଆମେରିକା ରିଫର୍ମ ପାର୍ଟିରୁ କ୍ୟାଣ୍ଡିଡେଟ ଥିଲେ । ଏବଂ ମେଲାନିଆ ତାଙ୍କ ନିକଟକୁ ଚାଲିଆସନ୍ତୁ ବୋଲି ଚାହୁଁଥିଲେ । ତେବେ ୨୦୦୧ରେ ମେଲାନିଆ ଗ୍ରୀନ କାର୍ଡ ହାସଲ କଲେ ଓ ଟ୍ରମ୍ପ ଟାୱାର ଚାଲିଆସିଲେ । ୫ ବର୍ଷ ଏକାଠି ରହିବା ପରେ ୨୦୦୪ ଏପ୍ରିଲରେ ମେଲାନିଆଙ୍କ ତୃତୀୟ ପତ୍ନୀ ଭାବେ ବିବାହ କଲେ ଡୋନାଲ୍ଡ ଟ୍ରମ୍ପ ।