ଭଲପାଇବାର ନିଆରା ନିଶା ! ଜଣେ ରାଜନେତା ଓ ଆଇଏସଙ୍କ ସଫଳ ପ୍ରେମ କାହାଣୀ

64

ଜଣେ ରାଜନେତା ଓ ଜଣେ ଆଇଏଏସଙ୍କର ଏକ ଭିନ୍ନ ତଥା ନିଆରା ପ୍ରେମକାହାଣୀ । ଏହି ପ୍ରେମ କାହାଣୀ ଗଢି ଉଠିଛି କଂଗ୍ରେସ ବିଧାୟକ କେ ଏସ ସବରୀନାଧନ ଓ ଥିରୁବନ୍ତପୁରମର ଉପ ଜିଲ୍ଲାପାଳ ଦିବ୍ୟା ଏସ ଆୟରଙ୍କ ମଧ୍ୟରେ । ଜଣେ ପ୍ରଶାସନିକ ଅଧିକାରୀ ଓ ଜଣେ ରାଜନତା ମଧ୍ୟରେ ପ୍ରେମ ସମ୍ପର୍କ ନିହାତି ଏକ ଚର୍ଚ୍ଚାର ବିଷୟ । ପରିଶେଷରେ ଉଭୟଙ୍କ ଭଲ ପାଇବାର ଚର୍ଚ୍ଚା ମଙ୍ଗଳବାର ଦିନ ଥମି ଯାଇଛି । ଯେବେ ସବରୀନାଧନ ଫେସବୁକରେ ନିଜର ରିଲେସନସିପ ଷ୍ଟାଟସ ଅପଡେଟ କରି ଲେଖିଲେ ‘କମିଟେଡ’ । ଉଭୟଙ୍କ ଏକ ଫଟୋ ସହ ସବରୀନାଧନ ଲେଥିଛନ୍ତି କଛି ସମୟ ପୂର୍ବରୁ ମୋ ପରିବାର ଲୋକେ ମୋ ବିବାହକୁ ନେଇ ଅନେକ ପ୍ରଶ୍ନ କରୁଥିଲେ । ଏବେ ଏହି ଘୋଷଣାକୁ ନେଇ ମୁଁ ବହୁତ ଖୁସି ।

ଏହାସହ ସେ ତାଙ୍କ ପ୍ରେକାହାଣୀକୁ ମଧ୍ୟ ବର୍ଣ୍ଣନା କରି କହିଛନ୍ତି ମୁଁ ଉପ ଜିଲ୍ଲାପାଳ ଦିବ୍ୟା ଏସ ନାୟରଙ୍କୁ ଥିରୁବନ୍ତପୁରମରେ ଭେଟିଥିଲି । ପ୍ରଥମ ଦେଖାରେ ହିଁ ଉଭୟେ ଉଭୟଙ୍କୁ ମନେ ମନେ ପସନ୍ଦ କରିନେଇଥିଲୁ । ଧୀରେ ଧୀରେ ଉଭୟୟେ ଉଭୟଙ୍କ ପ୍ରତି ଆକର୍ଷତ ହୋଇଥିଲୁ । ଏହିପରି ଭାବେ ଗଢି ଉଠିଥିଲା ଜଣେ ରାଜନେତା ଓ ଜଣେ ପ୍ରଶାସନିକ ଅଧିକାରୀଙ୍କ ପ୍ରେମ କାହାଣୀ । ଏହାସହ ଉଭୟଙ୍କ ପରିବାରର ସମ୍ମତି କ୍ରମେ ଏବେ ଆମେ ଜୀବନସାଥୀ ହେବାକୁ ଯାଉଛୁ ବୋଲି କହିଛନ୍ତି କେ ଏସ ସବରୀନାଧନ ।

ସବୁଠାରୁ ମଜାଦାର କଥା ହେଲା ୩୩ ବର୍ଷୀୟ ସବରୀ ନାଥନଙ୍କ ବାପାମା’ ମଧ୍ୟ ପ୍ରେମ ବିବାହ କରିଥିିଲେ । ପରିବାର ଲୋକ ରାଜି ନହେବାରୁ ସେମାନେ ଘରୁ ପଳାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ସବରୀନାଧନ ଓ ଦିବ୍ୟାଙ୍କ ବିବାହକୁ ପୁରା ପରିବାରର ସମର୍ଥନ ରହିଛିି ବୋଲି ସେମାନେ କହିଛନ୍ତି । ଉଭୟଙ୍କ ଘର ଥିରୁବନ୍ତପୁରମରେ । ସବରୀନାଧନ ଜଣେ ଏମବିଏ ଗ୍ରାଜୁଏଟ ଯିଏ ତାଙ୍କ ପିତାଙ୍କ ମୃତ୍ୟୁ ପରେ ୨୦୧୬ରେ ବିଧାନସଭା ନିର୍ବାଚନ ଲଢି ଜିତିିଥିଲେ ।