ପ୍ରେମ ପାଇଁ ଲାଇଫ୍ ଇନ୍ସୁରାନ୍ସ ! ବିବାହିତ ଯୁବକର ପ୍ରେମ କାହାଣୀ . . ମିଳୁନି ପ୍ରେମିକର ପତ୍ତା

74

କନକ ବ୍ୟୁରୋ : ଇନ୍ସୁରାନ୍ସ ବାହାନାରେ ପ୍ରେମ । ଆଉ ପ୍ରେମ ବାହାନାରେ ଶୋଷଣ । ଏଭଳି ଏକ ସାଂଘାତିକ୍ ଆସିଛି ଭୁବନେଶ୍ୱରରୁ । ଇନ୍ସୁରାନ୍ସ କରାଇ ଦେବା କହି ହୋଟେଲକୁ ଡାକିଲେ । ଆଉ ତାପରେ ନିଶା ଦେଇ ଲୁଟି ନେଲେ ସବୁ କିଛି । ଆଉ ଯୁବତୀ ଜଣକୁ ମନାଇବାକୁ ଯାଇ ଅଭିଯୁକ୍ତ ଦେଇଥିଲେ ବିବାହର ପ୍ରତିଶ୍ରୁତି । ହେଲେ ଯୁବତୀ ଜଣକ ଯେତେବେଳେ ଜାଣିଲେ ଯୁବକ ଜଣକ ବିବାହିତ, ଏହି ପ୍ରେମର ଖେଳରେ ପଡ଼ିଲା ପୁର୍ଣ୍ଣଚ୍ଛେଦ । ଆଉ ଏବେ ମାମଲା ପହଂଚିଛି ଥାନାରେ ।

ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଅନୁସାରେ,ସେ ଏକ ବ୍ୟାଙ୍କରେ ଇନ୍ସୁରାନ୍ସ ମ୍ୟାନେଜର ଭାବରେ କାମ କରନ୍ତି । ଆଉ ଏହାରି ଭିତରେ ତାଙ୍କ ସଂପର୍କରେ ଆସିଥିଲେ ଭୁବନେଶ୍ୱର ଓଲ୍ଡ ଟାଉନର ତୁଷାର ରଂଜନ ମହାପାତ୍ର । ତାଙ୍କଠାରୁ ଇନ୍ସୁରାନ୍ସ କରିବେ କହି ତାଙ୍କୁ ବାରମ୍ବାର ଦେଖା କରିଥିଲେ । ଏମିତି କି ୨ରୁ ୩ ଲକ୍ଷର ଇନ୍ସୁରାନ୍ସ ବି କରିଥିଲେ । ଏହାରି ଭିତରେ ତୁଷାରଙ୍କ ରେଫରାନ୍ସ ନେଇ ତାଙ୍କ କିଛି ସାଙ୍ଗ ମଧ୍ୟ ଯୁବତୀଙ୍କଠାରେ ଇନ୍ସୁରାନ୍ସ କରିଥିଲେ । ଦୁହିଁଙ୍କ ଭିତରେ ବନ୍ଧୁତ୍ୱ ବଢିବାରେ ଲାଗିଥିଲା ।

ଆଉ ଏହାର ସୁଯୋଗ ନେଇ ଭୁବନେଶ୍ୱର ଏକ ହୋଟେଲକୁ ଡାକିଥିଲେ ତୁଷାର । କହିଥିଲେ- ଜଣେ ବିଲଡର ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଇନ୍ସୁରାନ୍ସ କରିବେ । ଏହି ବିଶ୍ୱାସ ନେଇ ସେ ହୋଟେଲକୁ ଯାଇଥିଲେ । ବିଲଡର ସହ କଥାର୍ବାତା ହେବା ପରେ ବିଲଡର ଜଣକ ସେଠାରୁ ଚାଲିଯାଇଥିଲେ । ଏହାପରେ ଏକ ପାର୍ଟି ପାଇଁ ପୀଡ଼ିତାକୁ ଅଫର କରିଥିଲେ ତୁଷାର ରଂଜନ । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ କୋଲ୍ଡ ଡ୍ରିଙ୍କ୍ସରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ।

ଏହି ଘଟଣା ପରେ ତୁଷାର ରଂଜନ ତାଙ୍କୁ ବିବାହର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପୀଡ଼ିତା ଜଣକ ପରେ ଜାଣିବାକୁ ପାଇଥିଲେ ଯୁବକ ଜଣକ ବିବାହିତ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ସହ ମାନସିକ ନିର୍ଯାତନା ଦେଇଥିବାରୁ ପୀଡ଼ିତା ଜଣକ ଭୁବନେଶ୍ୱର ବଡଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଇନ୍ସୁରାନ୍ସ ବାହାନା କରି ଜଣେ ଯୁବତୀଙ୍କୁ ନିଜର ପ୍ରେମ ଜାଲରେ ଛନ୍ଦିବା ଏବଂ ନିଜର କୁତ୍ସିତ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଯୁବତୀର ଜୀବନ ସହ ଖେଳ ଖେଳିଛନ୍ତି ।  ଜଣେ ବିବାହିତ ଯୁବକର ଏହି କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି ।