ପ୍ରେମ କରି ଫସିଗଲେ ! ଅଶ୍ଲୀଳ ଏମଏମଏସ୍ ପଠାଇ ନାବାଳିକାଙ୍କୁ ବ୍ଲାକମେଲ

68

କନକ ବ୍ୟୁରୋ : ଲଭ, ସେକ୍ସ, ଧୋକା । କଟକ ସହରରୁ ଆସିଲା ଏଭଳି ସମ୍ବେଦନଶୀଳ ଅଭିଯୋଗ । ଜଣେ ନାବାଳିକାଙ୍କ ଅପହରଣ କରିନେବା ପରେ ପର ପୁରୁଷଙ୍କ ସହ ଅନ୍ତରଙ୍ଗ ମୁହୁର୍ତ ବିତାଇବାକୁ ବାଧ୍ୟ କରୁଛି ଅଭିଯୁକ୍ତ । ଆଉ ପରିବାର ଲୋକେ କରିଥିବା ଅପହରଣ ମାମଲା ପ୍ରତ୍ୟାହାର ନକଲେ ଏହାର ଭିଡିଓ ଭାଇରାଲ କରିବାକୁ ଦେଉଛି ଧମକ । ଆଜି କଟକ ଡିସିପିଙ୍କୁ ଭେଟି ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ପୀଡିତାଙ୍କ ପରିବାର ଲୋକେ ।

ସୂଚନା ଅନୁସାରେ , ୪/୫ ମାସ ହେଲା ନାବାଳିକା ଝିଅକୁ ଅପହରଣ କରିନେଇଛି ଖୁଂଟୁଣି ଅଂଚଳର ଜଣେ ଯୁବକ । ବିବାହର ପ୍ରଲ୍ଲୋଭନ ଦେଖାଇ ଅପହରଣ କରିନେବା ପରେ ନଗ୍ନ ଫଟୋ ଉଠାଇ ପରିବାର ଲୋକଙ୍କୁ କରୁଛି ବ୍ଲାକମେଲ । ଥାନାରେ କରିଥିବା ମାମଲା ଉଠାଇ ନେବାକୁ ପକାଉଛି ଚାପ । ଏନେଇ ପରିବାର ଲୋକେ କଟକ ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ମାମଲା କରିନଥିଲା । ଆଉ ଶେଷରେ ଜଣେ ମାନବାଧିକାର କର୍ମୀଙ୍କ ସହାୟତାରେ ଡିସିପିଙ୍କୁ ଜଣାଇଛନ୍ତି ।

ନାବାଳିକାଙ୍କୁ ଫୁସିଲାଇ ପ୍ରେମ କରିବା ପରେ ଦୈହିକ ସଂପର୍କ ଓ ପୁଣି ଧୋକା । ଏଭଳି ସମ୍ବେଦନଶୀଳ ଘଟଣା ଏବେ କଟକ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଝିଅକୁ ସୁରକ୍ଷିତ ଫରୋଇ ଆଣିବାକୁ ନିବେଦନ କରିଛନ୍ତି ପୀଡିତାଙ୍କ ପରିବାର ।