ଲଭ୍, ସେକ୍ସ, ଧୋକାର ଆଉ ଏକ କାହାଣୀ : ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟତ୍ର ବିବାହ ପାଇଁ ପ୍ରେମିକର ସଜବାଜ, ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

36

କନକ ବ୍ୟୁରୋ : ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ଆଉ ଶେଷରେ ଧୋକା । ପ୍ରେମିକ ଅନ୍ୟତ୍ର ବିବାହ କରୁଥିବା ଜାଣି ପୁଲିସର ଦ୍ୱାରସ୍ଥ ହେଲେ ପ୍ରେମିକା । ଏନେଇ ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଅଭିଯୋଗ ହୋଇଛି । ମୟୂରଭଂଜ ରାସଗୋବିନ୍ଦପୁର ସାରୁମୁଣା ଗାଁର ସାଗ୍ରାମ ମୁର୍ମୁଙ୍କ ସହ ବାଲେଶ୍ୱର କମରପୁର ଅଂଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା ।

ଯୁବତୀ ଜଣକ ୨୦୦୯ରୁ ମୟୂରଭଂଜ ଉଦଳାରେ ଏକ ସିଲେଇ ଦୋକାନରେ କାମ କରୁଥିଲେ । ସେତେବେଳେ ସାଗ୍ରାମଙ୍କ ସହ ତାଙ୍କ ଚିହ୍ନା ପରିଚୟ ହୋଇଥିଲା । ପରେ ସମ୍ପର୍କ ବଢିଥିଲା ଏବଂ ଉଭୟ ଏକାଠି ରହୁଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ ସାଗ୍ରାମ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ସାଗ୍ରାମ, ଯୁବତୀଙ୍କର ଦୁଇ ଥର ଗର୍ଭପାତ କରାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ସାଗ୍ରାମ ଅଗ୍ନିଶମ ବିଭାଗରେ ଚାକିରୀ ପାଇବା ପରେ ଯୁବତୀ ଜଣଙ୍କ ସହ ଆଉ ସମ୍ପର୍କ ରଖିନଥିଲେ । ତେବେ ଜୁନ୍ ୧୮ତାରିଖରେ ସାଗ୍ରାମଙ୍କ ଅନ୍ୟତ୍ର ବିବାହ ହେଉଥିବା ଜାଣିବା ପରେ ଏବେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସେପଟେ କେନ୍ଦ୍ରାପଡା ରାଜନଗରରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ ହୋଇଛି । ଏ ନେଇ ସଂପୃକ୍ତ ଝିଅଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ଏହି ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ରାଜନଗର ବ୍ଲକ ପେଣ୍ଠ ଜଙ୍ଗଲରେ ଏହି ଫଟୋ ଉଠାଯାଉଥିବା ସନ୍ଦେହ କରାଯାଉଛି । ଅଭିଯୋଗ ଅନୁସାରେ, କିଛି ଯୁବକ ତାଙ୍କ ଝିଅଙ୍କୁ ଦୁଷ୍କର୍ମ କରି ଏହି ଫଟୋ ଉଠାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସଂପୃକ୍ତ ଛାତ୍ରୀଙ୍କୁ ଫୋନ ଯୋଗେ ଗାଳିଗୁଲଜ ମଧ୍ୟ କରିଛନ୍ତି ।