ରାଜଧାନୀରୁ ଆସିଲା ଅଭାବନୀୟ ଖବର ! ଫିଲ୍ମରେ ହିରୋ ହେବା ପାଇଁ ସ୍ତ୍ରୀଙ୍କୁ ନିର୍ଦ୍ଦେଶକଙ୍କ ଶଯ୍ୟାସଂଗୀନି ବନାଇବାକୁ ଚାହୁଁଥିଲେ ସ୍ୱାମୀ

42

କନକ ବ୍ୟୁରୋ: ସ୍ୱାମୀଙ୍କର, ଫିଲ୍ମରେ ଅଭିନୟ ନିଶା । ଆଉ ଏହି ସୁଯୋଗ ପାଇବାକୁ ଫିଲ୍ମ ଡାଇରେକ୍ଟରଙ୍କ ସହ ସ୍ତ୍ରୀକୁ ରାତି କାଟିବାକୁ ବାଧ୍ୟ କରୁଥିଲା ସ୍ୱାମୀ । ରାଜି ନହେବାରୁ ଦେଉଥିଲା ନିସ୍ତୁକ ମାଡ଼ । ଏଭଳି ସଂଗୀନ ଅଭିଯୋଗ ପରେ ପୁଣି ସାମନାକୁ ଆସିଛି ଲଭ, ମ୍ୟାରେଜ୍ ଓ ଧୋକାର କରୁଣ କାହାଣୀ ।

ତେବେ ଏହି ଲଭ-ମ୍ୟାରେଜ୍-ଧୋକାର କାହାଣୀ ବଖାଣିଛନ୍ତି ଖୋଦ ପୀଡିତା । ପ୍ରଥମେ ପ୍ରେମର ଛଳନା, ତା’ପରେ ବିବାହ, କିଛି ଦିନ ବିତିଗଲା ପରେ ଧୋକାର କରୁଣ କାହାଣୀ । ବିବାହର କିଛି ଦିନ ପରେ ପଦାକୁ ଆସିଥିଲା ସ୍ୱାମୀଙ୍କର ଫିଲ୍ମରେ ହିରୋ ହେବାର ନିଶା । ଆଉ ହିରୋ ହେବା ପାଇଁ ଫିଲ୍ମ ଡାଇରେକ୍ଟରଙ୍କୁ ଖୁସି କରିବା ଆବଶ୍ୟକ ଥିଲା । ଆଉ ସେଥିପାଇଁ ନିଜ ସ୍ତ୍ରୀକୁ ମାଧ୍ୟମ ବାଛି ନେଇଥିଲା ସ୍ୱାମୀ ଆଉ ଡାରେକ୍ଟର ସହ ରାତି କାଟିବା ପାଇଁ ସ୍ତ୍ରୀକୁ ବାଧ୍ୟ କରୁଥିଲା ।

ଚନ୍ଦନ କର । ନନ୍ଦିନୀଙ୍କ ସ୍ୱାମୀ । ୟାଙ୍କ ବିରୋଧରେ ଆସିଛି ଏପରି ସଂଗୀନ ଅଭିଯୋଗ । ଏ ନେଇ ଭୁବନେଶ୍ୱରର ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି ନନ୍ଦିନୀ । ସେ ତାଙ୍କ ଏଫଆଇଆରରେ ଲେଖିଛନ୍ତି, ନିର୍ଦ୍ଦେଶକଙ୍କୁ ଖୁସି କରିବା ପାଇଁ ଚନ୍ଦନ ତାଙ୍କୁ ବାଧ୍ୟ କରୁଥିଲେ । ନନ୍ଦନୀଙ୍କ ଅଭିଯୋଗ ଅନୁସାରେ, ଚନ୍ଦନ କହୁଥିଲେ, ଫିଲ୍ମରେ ସୁଯୋଗ ପାଇବାକୁ ହେଲେ ନିର୍ଦ୍ଦେଶକଙ୍କୁ ଝିଅମାନଙ୍କୁ ଉପହାର ଦିଆଯାଏ । ତେବେ ୨୦୧୩ରେ ବାଲେଶ୍ୱରର ଚନ୍ଦନ କରଙ୍କୁ ବିବାହ କରିବା ପାଇଁ ଘର ପରିବାର ଛାଡି ଚାଲି ଆସିଥିଲେ କଳାହାଣ୍ଡିର ଝିଅ ନନ୍ଦିନୀ । କିଛି ଦିନ ଖୁସିରେ କଟିବା ପରେ ଚନ୍ଦନଙ୍କର ଫିଲ୍ମରେ ଅଭିନୟ କରିବା ନିଶା ତାଙ୍କ ସଂସାରକୁ ଭାଙ୍ଗି ଦେଇଥିଲା ।