ରେଡ଼ିଓ ଚକଲେଟ୍ ତରଫରୁ ଦର୍ଶକଙ୍କୁ ନୂଆ ଭେଟି : ହ୍ୟୁମାନ ସାଗରଙ୍କ କଣ୍ଠରେ ନୂଆ ଗୀତ ଲଭ୍ ଗେମ୍

353

ରେଡ଼ିଓ ଚକଲେଟ୍ ବିଭିନ୍ନ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ ଗାୟକ ଏବଂ ଗାୟିକାଙ୍କ କଣ୍ଠରେ ସୁନ୍ଦର ଗୀତ ଭେଟି ଦେଇଥାଏ । ଯାହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରନ୍ତି । କେବଳ ସେତିକି ନୁହେଁ ରେଡ଼ିଓ ଚକଲେଟ୍ ଏହି ମାଧ୍ୟମରେ ଆପଣଙ୍କ ପ୍ରିୟ କଳାକାରଙ୍କୁ ଆପଣଙ୍କ ନିକଟରେ ପହଂଚାଇଥାନ୍ତି । ତେବେ ରେଡ଼ିଓ ଚକଲେଟର ଏହି ସମସ୍ତ ହୃଦୟ ଛୁଆଁ ଗୀତ ସବୁବେଳେ ଚଳିତ ସମୟକୁ ନେଇ ପ୍ରସ୍ତୁତ କରାଯାଏ । ଯାହା ଆଜିର ପିଢି ପାଇଁ ନିହାତି ଆବଶ୍ୟକ । ତେବେ ନିକଟରେ ପୁଣିଥରେ ସେହିଭଳି ଏକ ଗୀତ ରିଲିଜ ହୋଇଛି । ଯାହା ଆଜିର ଯୁବପିଢି ଙ୍କ ନିତିଦିନଆ କାର୍ଯ୍ୟକଳାପକୁ ସିଧାସଳଖ ଦର୍ଶାଉଛି ।

ଗୀତଟି ଆଜିର ଲଭ ଷ୍ଟୋରୀକୁ ନେଇ ନିର୍ମାଣ କରାଯାଇଛି । ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଏବଂ ଗାୟିକା ଅସୀମା ପଣ୍ଡାଙ୍କ କଣ୍ଠରେ ଏହି ଗୀତ ଅଧିକ ସୁନ୍ଦର ଅନୁଭବ ହେଉଛି । ଗୀତଟି ଖୁବ ହୃଦୟଛୁଆଁ, ଯାହାର ଅର୍ଥ ବାସ୍ତବିକତାକୁ ଦର୍ଶାଉଛି । ଆପଣ ମଧ୍ୟ ଏହାକୁ ନିଶ୍ଚୟ ପସନ୍ଦ କରିବେ ।