ବିଂଝାରପୁର ଥାନା ଉଡରଙ୍ଗ ଗାଁରେ ଅଘଟଣ : ପ୍ରେମିକର କଟୁରୀ ଚୋଟରେ ପ୍ରେମିକା ଗୁରୁତର

23

କନକ ବ୍ୟୁରୋ : ବିଂଝାରପୁର ଥାନା ଉଡରଙ୍ଗ ଗାଁରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପ୍ରେମିକର କଟୁରୀ ଚୋଟରେ ପ୍ରେମିକା ଗୁରୁତର । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଉଡରଙ୍ଗ ଗାଁକୁ ଯୁବତୀ ଜଣକ ଉଭଣୀ ଘରକୁ ଆସିଥିବା ବେଳେ ପ୍ରେମିକ ପ୍ରଫୁଲ୍ଲ ଦାସ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଆକ୍ରମଣ ପରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ପୁଲିସ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :