ପହଣ୍ଡିରେ ବଳଭଦ୍ର : ଦିବ୍ୟ ଟାହିଆ ସୁଶୋଭିତ ହୋଇ ଭକ୍ତଙ୍କ ଗହଳରେ ଝୁଲିଝୁଲି ଆସୁଛନ୍ତି ବଡ଼ଠାକୁର ଶ୍ରୀ ବଳଦେବ

51

କନକ ବ୍ୟୁରୋ:  ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯାଇଛି ।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିବେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଗୋଟି ପହଣ୍ଡିରେ ବାହାରିବେ । ଶେଷର ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହେବେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।