ଠାକୁରଙ୍କୁ ଠକିଦେଲେ ଭକ୍ତ : ମନ୍ଦିର ହୁଣ୍ଡିରେ ଅଚଳ ଟଙ୍କା ପକାଇ ପୂରଣ କଲେ ମାନସିକ । ପୁରୁଣା ନୋଟକୁ ବଦଳାଇବା ପାଇଁ ଏବେ ବ୍ୟାଙ୍କର ଦ୍ୱାରସ୍ଥ ହେଲା ମନ୍ଦିର ପ୍ରଶାସନ

43

ଆନ୍ଧ୍ରପ୍ରଦେଶ ତିରୁମାଲାର ପ୍ରସିଦ୍ଧ ପ୍ରଭୁ ଭେଙ୍କେଟେଶ୍ୱରଙ୍କ ମନ୍ଦିର ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଚର୍ଚ୍ଚାର କାରଣ ହେଉଛି ମନ୍ଦିରରେ ଗଚ୍ଛିତ ଥିବା ୨୫ କୋଟିର ଅଚଳ ଟଙ୍କାର ବଡ ଜମାରାଶି । ମନ୍ଦିର ପ୍ରଶାସନରୁ ଜଣାପଡିଛି, ବିମୁଦ୍ରାକରଣ ସମୟରେ ଲକ୍ଷ ଲକ୍ଷ ଭକ୍ତ ମନ୍ଦିର ହୁଣ୍ଡିକୁ ୧୦୦୦ ଏବଂ ୫୦୦ ଟଙ୍କା ସ୍ୱଇଚ୍ଛାରେ ଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରାକରଣ ଘୋଷଣାର କିଛି ମାସ ପରେ ପରେ ଏହି ଟଙ୍କା ମନ୍ଦିର ହୁଣ୍ଡିରେ ଜମା ହୋଇଥିଲା ।

ବର୍ତ୍ତମାନ ତିରୁମାଲା ତିରୁପତି ଦେବସ୍ଥାନ ଟ୍ରଷ୍ଟର ଆଡିସନାଲ ଫାଇନାନ୍ସ ଏବଂ ମୁଖ୍ୟ ଆକାଉଣ୍ଟଅଫିସର, ଓ ବାଲାଜୀ ଭକ୍ତମାନଙ୍କ ଭାବନାକୁ ସମ୍ମାନ ଦେଇ ଏହି ସମସ୍ୟାର ସମାଧାନ ପାଇଁ ରିଜର୍ଭ ବ୍ୟାଙ୍କର ଦ୍ୱାରସ୍ଥ ହୋଇଛନ୍ତି । ସେ ବ୍ୟାଙ୍କକୁ ଅଚଳ ଟଙ୍କା ଏକ୍ସଚେଞ୍ଜ କରିବା ପାଇଁ ଲିଖିତ ନାମାପତ୍ର ଦେଇଛନ୍ତି ଏବଂ ସକାରାତ୍ମକ ଉତ୍ତରକୁ ଅପେକ୍ଷା କରିଛନ୍ତିି ।

ଆପଣଙ୍କୁ ଏଠାରେ ସୁଚାଇ ଦେଉଛୁ ଯେ, ପ୍ରଧାନମନ୍ତ୍ରୀଙ୍କ ଯୋଜନା ଅନୁସାରେ ୨୦୧୬ ମସିହା ନଭେମ୍ବର ୮ ତାରିଖ ମଧ୍ୟରାତ୍ରିରେ ଭାରତରେ ବିମୁଦ୍ରାକରଣର ବହ୍ନି ଦେଖାଦେଇଥିଲା ।