ଖୋଲିବ ଶ୍ରୀଜୀଉଙ୍କ ରତ୍ନ ଭଣ୍ଡାରର ରହସ୍ୟ ! କାଲି ଅନୁଧ୍ୟାନ କରିବେ ଟିମ୍, ରାଜ୍ୟ ସରକାରଙ୍କୁ ଅନୁମତି ମାଗିଛି ଶ୍ରୀମନ୍ଦିର ପ୍ରଶାସନ

57

କନକ ବ୍ୟୁରୋ: ରତ୍ନଭଣ୍ଡାର ରହସ୍ୟ ନେଇ ବଢୁଛି ଉତ୍କଣ୍ଠା । ବର୍ଷ ବର୍ଷ ଧରି ବନ୍ଦ ପଡିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କାଲି ଏ ନେଇ ଯାଂଚ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କଠାରୁ ଅନୁମତି ଲୋଡିଛନ୍ତି । ଗୋଟିଏ ପଟେ ରତ୍ନଭଣ୍ଡାରର ସ୍ଥିତି ଯାଂଚ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ବଢିଚାଲିଛି ସେବାୟତଙ୍କ ଅସନ୍ତୋଷ ।

ରତ୍ନଭଣ୍ଡାର ଖୋଲାକୁ ବିରୋଧ କରି ଇଚ୍ଛାମୃତ୍ୟୁ ପାଇଁ ଉପଜିଲ୍ଲାପାଳକୁ ଆବେଦନ କରିଛନ୍ତି ବରିଷ୍ଠ ସେବାୟତ ନରସିଂହ ପୂଜାପଣ୍ଡା । ଶେଷ ଥର ପାଇଁ ୧୯୮୪ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲା ।

ପ୍ରତ୍ନତତ୍ୱ ବିଭାଗର ଏହି ପ୍ରୟାସ ସଫଳ ହୋଇନଥିଲା । ଫଳରେ ଅଧାରେ ରହିଥିଲା ଏହି ଉଦ୍ୟମ । ରତ୍ନଭଣ୍ଡାରକୁ ନେଇ ରହିଛି ଅନେକ ରହସ୍ୟ । କିଛି ଗବେଷକ କୁହନ୍ତି, ରତ୍ନଭଣ୍ଡାରରେ ରହିଛି ୭ଟି ଗୃହ । ୩ଟି ଗୃହରେ ମହାପ୍ରଭୁଙ୍କ ଅଳଙ୍କାର ଗଚ୍ଛିତ ରହିଛି, ଯାହା ମହାପ୍ରଭୁଙ୍କ ସୁନାବେଶ ପାଇଁ ବ୍ୟବହାର ହୋଇଥାଏ । ଅନ୍ୟ ୪ଟି ଘରେ କ’ଣ ରହିଛି, ଏହି ବିଷୟରେ କିଛି ସ୍ପଷ୍ଟ ସୂଚନା ନାହିଁ ।

ତେବେ ଶ୍ରୀମନ୍ଦିର ରେକର୍ଡସ୍ ଅଫ୍ ରାଇଟ୍ସ ଅନୁସାରେ ବାହାର ଭଣ୍ଡାରରେ ୧୫୦ ପ୍ରକାର ସୁନା ଅଳଙ୍କାର ରହିଛି । ଆଉ ଭିତର ଭଣ୍ଡାରରେ ୧୮୦ ପ୍ରକାର ସୁନା, ରୁପା ଅଳଙ୍କାର ରହିଛି । ଏହା ସହ ରହିଛି ହୀରା, ମୋତି, ମାଣିକ୍ୟ ଭଳି ମୂଲ୍ୟବାନ ଧାତୁର ଅ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର କାଢ଼ିବା ଓ ରଖିବା ପାଇଁ ରହିଛି ସ୍ୱତନ୍ତ୍ର କଟକଣା ।