ଖାସ୍ ହିନ୍ଦୁ ଧର୍ମର ସମ୍ମାନ ପାଇଁ…! ମୁସଲିମ ପରିବାରର ବାହାଘର କାର୍ଡରେ ପ୍ରଭୁ ଶ୍ରୀରାମ-ସୀତାଙ୍କ ଫଟୋ, ପ୍ରଂଶସାରେ ପୋତି ପକାଇଲେ ଲୋକେ

109

ଦେଶରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଅନେକ ସମୟରେ ବିଭେଦ ଲାଗି ରହିଥିବା ବେଳେ ଉତ୍ତର ପ୍ରଦେଶର ଏକ ମୁସଲିମ ପରିବାର ଭାଇଚାରର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଲାଗିରହିଛି । ଏକ ମୁସଲମାନ ପରିବାର ପ୍ରଭୁ ଶ୍ରୀରାମ ଓ ଦେବୀ ସୀତାଙ୍କ ଫଟୋ ଥିବା ବାହାଘର କାର୍ଡ଼ ଛାପି ଏବେ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ସୁଲତାନପୁର ବାଗସରାଇ ଗାଁର ମହମ୍ମଦ ସଲ୍ଲିମ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ଝିଅ ବିବାହ କାର୍ଡରେ ପ୍ରଭୁ ରାମ ଓ ସୀତାଙ୍କ ଫଟୋ ଥିବା ନିମନ୍ତ୍ରଣ କାର୍ଡ ଛାପିଛନ୍ତି । ବାଗସରାଇ ଗାଁରେ ଦୁଇ ସମ୍ପ୍ରଦାୟର ଲୋକ ରହିଥାନ୍ତି । ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଏକତାର ଉଦାହରଣ ଦେବାକୁ ଅନେକ ଲୋକ ବାଗସରାଇ ଗାଁର ନାଁ ନେଇଥାନ୍ତି । ଗାଁରେ ଦୁଇ ସମ୍ପ୍ରଦାୟର ଲୋକ ମଧ୍ୟ ପରସ୍ପରକୁ କାମରେ ସାହାର୍ଯ୍ୟ କରିଥାନ୍ତି । ତେବେ ଏହି ଭାଇଚାରାକୁ ଆହୁରି ମଜବୁତ କରିବା ପାଇଁ ମହମ୍ମଦ ସଲ୍ଲିମ ହିନ୍ଦୁ ଅତିଥିଙ୍କୁ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଫଟୋ ଥିବା ବାହାଘର କାର୍ଡ ଦେଇଥିଲେ । ଏପରିକି ହିନ୍ଦୁ ସମ୍ପ୍ରଦାୟର ବିବାହ କାର୍ଡ ଭଳି ନିମନ୍ତ୍ରଣ କାର୍ଡ ଛାପିଥିଲେ ସଲ୍ଲିମ ।

ସଲ୍ଲିମ ନିଜ ଝିଅ ବାହାଘର ପାଇଁ ୩୫୦ ହିନ୍ଦୁ ଓ ୪୦୦ ମୁସଲିମ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ପ୍ରଥମଥର ପାଇଁ କୌଣସି ମୁସଲିମ ସମ୍ପ୍ରଦାୟର ଲୋକଙ୍କ ଠାରୁ ରାମ-ସୀତାଙ୍କ ଫଟୋ ଥିବା ବିବାହ କାର୍ଡ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ହିନ୍ଦୁ ସମ୍ପ୍ରଦାୟର ଲୋକ । ବିବହା ଉତ୍ସବରେ ନବବଧୂଙ୍କୁ ଆର୍ଶୀବାଦ ଦେବା ସହ ସଲ୍ଲିମଙ୍କ ଏଭଳି ଅଭିନବ ପ୍ରୟାସକୁ ବେଶ ପ୍ରଂଶସା କରିଥିଲେ । ସଲ୍ଲିମ କହିଛନ୍ତି ହିନ୍ଦୁ ଧର୍ମର ସମ୍ମାନ ପାଇଁ ସେ ଏଭଳି କରିଛନ୍ତି । ଏଭଳି କରି ସେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଥିବା ବିଭେଦ ଦୂର କରିବାକୁ ଚାହୁଁଛନ୍ତି ।

ସଲୀମଙ୍କ ପଡ଼ୋଶୀ ରାଧେଶ୍ୟାମ ତିଓ୍ଵାରି କହନ୍ତି: ମୁସଲମାନମାନେ ହିନ୍ଦୁ ଧର୍ମକୁ କେତେ ସମ୍ମାନ ଦିଅନ୍ତି କାର୍ଡରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚିତ୍ର ଛାପି ସଲୀମ୍ ଭାଇ ପ୍ରମାଣ ଦେଇଛନ୍ତି। ତା’ଛଡ଼ା ସଲୀମଙ୍କର ଏପରି କାମକୁ ମୁସଲମାନ ସମ୍ପ୍ରଦାୟରୁ କେହି ସମାଲୋଚନା କରିନାହାନ୍ତି। ଏହା ଖୁବ୍ ଗ୍ରହଣୀୟ।