ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସ୍ନାନ ବେଦୀରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି

ଜ୍ୱର ହୋଇ ଅଣସର ଘରେ ଦିନ କାଟିବେ ମହାପ୍ରଭୁ

193

କନକ ବ୍ୟୁରୋ:  ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ଭକ୍ତଙ୍କ ମେଳିରେ ସ୍ନାନ କରିଛନ୍ତି। ତେବେ ସ୍ନାନ କାର୍ଯ୍ୟ ଶେଷ ପରେ ତିନି ଠାକୁର ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ଗଜ ବେଶ ଦେଖିବା ପାଇଁ ପୁରୀ ଶୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଲାଗି ରହିଛି। ପାଗ ବି ଶୁଖିଲା ଥିବା ହେତୁ ଧୀରେଧୀରେ ଭକ୍ତଙ୍କ ଭିଡ ବଢ଼ୁଥିବା ବି ଦେଖିବାକୁ ମିଳୁଛି।

ସୁରୁଖୁରୁରେ ସମସ୍ତ କାର୍ଯ୍ୟ ଚାଲିଛି। ସୁରକ୍ଷା ବ୍ୟବସ୍ଥା ନେଇ ବି ପ୍ରଶାସନ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି। ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାସ୍ନାନ ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କୁ ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ର ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରିଛନ୍ତି।