ଶ୍ରୀକ୍ଷେତ୍ରରେ ହାତୀବେଶରେ ଦର୍ଶନଦେବେ ଶ୍ରୀଜୀଉ

60

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସ୍ନାନ ପୂର୍ଣିମାର ପବିତ୍ର ତିଥିରେ ଅପରାହ୍ନରେ ହାତୀବେଶରେ ସଜେଇ ହୋଇ ସ୍ନାନବେଦିରେ ଦର୍ଶନ ଦେବେ କାଳିଆ ଠାକୁର । ଗଜବେଶର ଶୃଙ୍ଖଳିତ ଦର୍ଶନ ପାଇଁ ଏଥର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧିକ ଦୁଇଘଂଟା ଦିଆଯାଇଛି । ସ୍ପର୍ଶ ପାଇଁ ବାରଣ କରାଯାଇଥିବା ବେଳେ ବ୍ୟାରିକେଡ୍ ଭିତରକୁ ଯାଇ ଭକ୍ତ ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ କରି ପାରିବେ । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିବ ଶ୍ରୀକ୍ଷେତ୍ରରେ ।