ବିଦେଶୀ ନୋଟରେ ଭଗବାନ ଗଣେଶଙ୍କ ଫଟୋ ! ଜାଣନ୍ତୁ କେଉଁଠି ଏବଂ କାହିଁକି ନୋଟରେ ରହିଛି ଗଣେଶଙ୍କ ଫଟୋ । 

ଭାରତୀୟ ସଂସ୍କୃତି ଓ ଇତିହାସ କେବଳ ଭାରତରେ ନୁହେଁ ବରଂ ଏହା ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିଛି ।

345
ଭାରତୀୟ ସଂସ୍କୃତି ଓ ଇତିହାସ କେବଳ ଭାରତରେ ନୁହେଁ ବରଂ ଏହା ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏପରିକି ମୁସଲମାନ ବହୁଳ ରାଷ୍ଟ୍ରମାନଙ୍କରେ ମଧ୍ୟ ଏହା କିଛି କମ୍ ଲୋକପ୍ରିୟ ନୁହେଁ । ପୂର୍ବ ଏସୀୟ ଦେଶମାନଙ୍କ ଭିତରେ ଇଣ୍ଡୋନେସିଆ ହେଉଛି ଏକ ମୁସଲମାନବହୁଳ ଦେଶ । ଏହି ଦେଶର ମୁଦ୍ରାର ନାଆଁ ହେଲା ରୁପେୟା ।

ଆପଣ ଜାଣି ବିସ୍ମିତ ହେବେ ଯେ ଇଣ୍ଡୋନେସିଆରେ ପ୍ରଚଳିତ ୨୦ହଜାର ଟଙ୍କିଆ ନୋଟରେ ଭଗବାନ୍ ଗଣେଶଙ୍କର ଫଟୋ ଅଛି । ପ୍ରକୃତ କଥା ହେଉଛି ଯେ ଇଣ୍ଡୋନେସିଆରେ ଭଗବାନ ଗଣେଶଙ୍କୁ ଶିକ୍ଷା,କଳା ଓ ବିଜ୍ଞାନର ଦେବତା ବୋଲି ବିବେଚନା କରାଯାଏ । ସେହି ନୋଟର ସାମ୍ନାରେ ଭଗବାନ ଗଣେଶଙ୍କର ଫଟୋ ଚିତ୍ର ଓ ପଛରେ କ୍ଲାସରୁମର ଚିତ୍ର ରହିଛି । ଏଥିରେ ଶିକ୍ଷକ ଓ ଛାତ୍ରମାନେ ମଧ୍ୟ ଅଛନ୍ତି ।
ଏହି ନୋଟରେ ଇଣ୍ଡୋନେସିଆର ପ୍ରଥମ ଶିକ୍ଷାମନ୍ତ୍ରୀ ହଜର ଦୈବାଂତ୍ରାଙ୍କ ଫଟୋ ମଧ୍ୟ ରହିଛି । ଦୈବାଂତ୍ରା ଥିଲେ ଇଣ୍ଡୋନେସିଆର ସ୍ୱାଧୀନତାର ମହାନାୟକ। କୁହାଯାଏ ଯେ କିଛି ବର୍ଷତଳେ ଇଣ୍ଡୋନେସିଆର ଅର୍ଥବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିଲା । ସେଠାକାର ରାଷ୍ଟ୍ରଚିନ୍ତକମାନେ ବିଚାରବିମର୍ଶ କରିବାପରେ ୨୦ହଜାର ଟଙ୍କାର ଏହି ନୋଟର ପ୍ରଚଳନ କରିଥିଲେ ଯେଉଁଥିରେ ଭଗବାନ ଗଣେଶଙ୍କର ଫଟୋ ସ୍ଥାନିତ ହୋଇଥିଲା ।

ମତାମତ

Your email address will not be published.