ଅଣସରବାସରେ ଶ୍ରୀବିଗ୍ରହ ! ଆଜିଠାରୁ ଶ୍ରୀ ଅଲାରନାଥଙ୍କ ଦର୍ଶନ

20

କନକ ବ୍ୟୁରୋ: ନୀଳକନ୍ଦରକୁ ଚତୁର୍ଧାମୂର୍ତ୍ତି ଗତକାଲି ସ୍ନାନବେଦୀରେ ୧୦୮ ଗରା ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ୧୫ ଦିନ ଧରି ଚତୁର୍ଧାମୂର୍ତି ଅଣସରପିଣ୍ଡିରେ ରହିବେ । ଫଳରେ ଭକ୍ତ ଦର୍ଶନରୁ ବଂଚିତ ହେବେ । ଏହି ୧୫ ଦିନ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କରିବେ ଭକ୍ତ । ଆଜିଠାରୁ ୨୪ ତାରିଖ ଯାଏଁ ଶ୍ରୀଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଛି ।

ଭୋର ୫ଟାରୁ ସର୍ବସାଧାରଣ ଦର୍ଶନ ଚାଲିଛି । ଭକ୍ତ ବ୍ୟାରିକେଟ୍ ଦେଇ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ପୋଲିସ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଣସର ସମୟରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଚତୁର୍ଧାମୂର୍ତ୍ତିଙ୍କ ଦର୍ଶନର ସମଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହି ସମୟରେ ଶ୍ରୀ ଅଲାରନାଥଙ୍କ ଖିରିଭୋଗ ବି ବେଶ୍ ପ୍ରସିଦ୍ଧ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –