ତୈଲୋକ୍ୟ ମିଶ୍ରଙ୍କ ବୋହୂଙ୍କୁ ନିର୍ଯ୍ୟାତନା ଅଭିଯୋଗ ମାମଲା : ମହିଳା ଥାନାରେ ଲୋପାମୁତ୍ରାଙ୍କ ବୟାନ ରେକର୍ଡ

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପପତି ତୈଲୋକ୍ୟ ମିଶ୍ରଙ୍କ ବୋହୂଙ୍କୁ ନିର୍ଯ୍ୟାତନା ଅଭିଯୋଗ ମାମଲାରେ ଲୋପାମୁଦ୍ରା ମିଶ୍ରଙ୍କ ବୟାନ ରେକର୍ଡ କଲା ପୁଲିସ୍ । ୧୬୧ ଧାରାରେ ଭୁବନେଶ୍ୱର ମହିଳା ଥାନାରେ ଲୋପାମୁଦ୍ରାଙ୍କ ବୟାନ ରେକର୍ଡ କରାଯାଇଛି । ସେହିପରି ୱାଇପ୍ ସ୍ୱାପିଂ ବା ସ୍ତ୍ରୀ ବଦଳ ଅଭିଯୋଗ ପରେ ତାଙ୍କ ଘର ଘରକୁ ଅସାମାଜିକ ଲୋକ ଆସି ଧମକ ଦେଉଥିବା ଅଭିଯୋଗ କରିଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଲୋପାମୁଦ୍ରାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ୱାଇଫ୍ ସ୍ୱାପିଂ ବା ସ୍ତ୍ରୀ ବଦଳ ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା ମିଶ୍ର । ତ୍ରୈଲୋକ୍ୟ ମିଶ୍ରଙ୍କ ପତ୍ନୀ ଓ ତାଙ୍କ ପୁଅ ସବ୍ୟସାଚୀଙ୍କ ନାଁରେ ମହିଳା ଥାନରେ ଅଭିଯୋଗ ମଧ୍ୟ କରିଥିଲେ । ବିବାହପର ଠାରୁ ତାଙ୍କୁ ନିର୍ଯ୍ୟାତନା ଦେବା ସହ ବିଭିନ୍ନ ସମୟରେ ତାଙ୍କୁ ମାଡ ମରୁଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ତେବେ ବିଦେଶୀ ବନ୍ଧୁଙ୍କ ସହ ସ୍ତ୍ରୀ ବଦଳ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । ଏହା ସହ ତାଙ୍କ ପୁଅକୁ ମଧ୍ୟ ଅପହରଣ କରିନେବାର ଧମକ ମିଳୁଥିବା ଅଭିଯୋଗ କରିଛନ୍ତି ଲୋପାମୁଦ୍ରା  ।