ହତ୍ୟା ଧମକ ମିଳୁଥିବା ନେଇ ବଡଗଡ ଥାନାରେ ପୁଣି ଏତଲା ଦେଲେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଡଗଡ ଥାନାରେ ପୁଣି ଏତଲା ଦେଲେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା । ଫେସବୁକ୍ ଓ ହ୍ୱାଟ୍ସଅପରେ ତାଂକୁ ହତ୍ୟା ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ସେ ତ୍ରୈଲୋକ୍ୟ ମିଶ୍ରଙ୍କ ପତ୍ନୀ ଓ ତାଙ୍କ ପୁଅ ସବ୍ୟସାଚୀଙ୍କ ନାଁରେ ସେ ମହିଳା ଥାନାରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ । ବିବାହ ପରଠାରୁ ତାଙ୍କୁ ନିର୍ଯ୍ୟାତନା ଦେବା ସହ ବିଭିନ୍ନ ସମୟରେ ତାଙ୍କୁ ମାଡ ମରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ବିଦେଶୀ ବନ୍ଧୁଙ୍କ ସହ ସ୍ତ୍ରୀ ବଦଳ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ।