ବହୁ ଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ମାମଲା : ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁ ଆଗୁଆ ଜାମିନ

25

vlcsnap-2016-09-23-17h55m12s221କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ମାମଲାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁ ଆଗୁଆ ଜାମିନ ମିଳିଛି । ତ୍ରୈଲୋକ୍ୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ରଙ୍କୁ ବି ହାଇକୋର୍ଟ ଆଗୁଆ ଜାମିନ ଦେଇଛନ୍ତି । ୨୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି ।

ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଓ ତାଙ୍କ ପୁଅଙ୍କ ନାଁରେ ବୋହୁ ଲୋପାମୁଦ୍ରା ୱାଇଫ ସ୍ୱାପିଂ ବା ସ୍ତ୍ରୀ ବଦଳ ଭଳି ସଂଗୀନ ଅଭିଯୋଗ ଆଣିଥିଲେ। । ବିବାହ ପରଠାରୁ ତାଙ୍କୁ ନିର୍ଯ୍ୟାତନା ଦେବା ସହ ବିଭିନ୍ନ ସମୟରେ ତାଙ୍କୁ ମାଡ ମାରୁଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।

ବିଦେଶୀ ବନ୍ଧୁଙ୍କ ସହ ସ୍ତ୍ରୀ ବଦଳ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଏହାପରେ ତାଙ୍କୁ ଗୁଣ୍ଡା ପଠାଇ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଧମକ ଚମକ ଦେଉଥିବା ଅଭିଯୋଗ କରିିଲେ ଲୋପାମୁଦ୍ରା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –