ଚେକିଂ ନାଁରେ ଚୋରି କଲା ପୁଲିସ : ବରଗଡ ଟୋଲଗେଟରେ ବ୍ୟବସାୟୀଙ୍କୁ ଅଟକାଇ ୩ ଲକ୍ଷ ଟଙ୍କା ଲୁଟ

39

କନକ ବ୍ୟୁରୋ : ଚେକିଂ ନାଁରେ ଚୋରି କଲା ପୁଲିସ । ଏଭଳି ଅଭିଯୋଗ ଆସିଛିି ବରଗଡରୁ । ଛତିଶଗଡରୁ ଜଣେ ବ୍ୟବସାୟୀଙ୍କୁ ବରଗଡ ଟୋଲଗେଡରେ ଅଟକାଇଥିଲେ ୨ ପୁଲିସ । ଏହା ପରେ ବ୍ୟବସୀୟୀଙ୍କୁ ଚେକିଂ କରିବା ନାଁରେ ତାଙ୍କୁ କିଛି ସମୟ ଅଟକାଇ ରଖିଥିଲେ । ପରେ ତାଙ୍କ ପାଖରେ ଥିବା ୩ ଲକ୍ଷ ୮୨ ହଜାର ଟଙ୍କା ନେଇ ସେଥିରୁ ୮୦ ହଜାର ଟଙ୍କା ବ୍ୟବସାୟୀଙ୍କୁ ଫେରାଇଥିଲେ ।

ଏହା ପରେ ବ୍ୟବସାୟୀ ଜଣକ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ପୁଲିସ ଅଧିକାରୀ ନଶୁଣି ସେଠାରୁ ଟଙ୍କା ନେଇ ପଳାଇଥିଲେ । ଏ ନେଇ ବ୍ୟବସାୟୀ ଜଣକ ବରଗଡ ଟାଉନ ଥାନାରେ ମାମଲା ରୁଜୁ କରିଥିଲେ । ସ୍ପେଶାଲ ସ୍କ୍ୱାର୍ଡ ଗାଡି ଚାଳକ ସହ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ବ୍ୟବସୀୟୀ ।