ଭୁବନେଶ୍ୱରରୁ ୪ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ଖଣ୍ଡଗିରି ପୁଲିସ:୨ଟି ବନ୍ଧୁକ,ବୋମା ଓ ବାଇକ୍ ଜବତ

44

କନକ ବ୍ୟୁରୋ : ଭୁବନେଶ୍ୱରରୁ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି କମିସନରେଟ ପୁଲିସ । ୪ ଜଣ ଡକାୟତଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ଏମାନଙ୍କ ଠାରୁ ୨ଟି ବନ୍ଧୁକ, ୪ଟି ବୋମା, ୧୦ରୁ ଅଧିକ ମୋବାଇଲ, ୩ ଗାଡି ସହ କିଛି ସୁନା ଗହଣ ଜବତ କରାଯାଇଛି । ଏହି ଡକାୟତ ମାନେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବୋମାମଡ କରି ଲୁଟ କରିଥାନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା ବେଳେ ୩ ଜଣ ଗଂଜାମ ଜିଲ୍ଲାର ବୋଲି ଜଣାପଡିଛି ।