ଭୁବନେଶ୍ୱରରେ ଲୁଟେରା ଗ୍ୟାଙ୍ଗ୍ ଗିରଫ : ୪ଜଣ ଲୁଟେରାଙ୍କ ମଧ୍ୟରେ ୨ଜଣ ଇଞ୍ଜିନିୟରିଂ ଛାତ୍ର

55

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ଲୁଟେରା ଗ୍ୟାଙ୍ଗ୍  ଗିରଫ । ରାଜଧାନୀରେ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଗିରଫ ହୋଇଥିବା ୪ଜଣ ଲୁଟେରାଙ୍କ ମଧ୍ୟରେ ଅଛନ୍ତି ୨ଜଣ ଇଞ୍ଜିନିୟରିଂ ଛାତ୍ର ।

ସେମାନଙ୍କ ନିକଟରୁ ୬୩ଟି ଦାମୀ ମୋବାଇଲ ସହ ୨ଟି ବାଇକ ଜବତ କରାଯାଇଛି । ଜବତ ଦାମୀ ମୋବାଇଲର ଦାମ୍ ପ୍ରାୟ ୧୦ଲକ୍ଷ ଟଙ୍କା ହେବବୋଲି ଅନୁମାନ କରାଯାଉଛି । ରାସ୍ତାରେ ଯାଉଥିବା ଯୁବକ ଓ ଯୁବତୀଙ୍କୁ ଟାର୍ଗେଟ କରି ତାଙ୍କୁ ଭୟଭୀତ କରି ଲୁଟ୍ କରୁଥିଲେ ।