ରାଜଧାନୀରୁ ହାଇୱେ ଲୁଟେରା ଗ୍ୟାଙ୍ଗ ଗିରଫ

22

ଭୁବନେଶ୍ୱର :ରାଜଧାନୀରୁ ହାଇୱେ ଲୁଟେରା ଗ୍ୟାଙ୍ଗ ଗିରଫ ।  ଲୁଟେରା ଗ୍ୟାଂଗରୁ ୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଏହି ଲୁଟେରାଙ୍କ ଠାରୁ ଏକ ସୁଇଫ୍ଟ କାର୍ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଲୁଟେରା ମାନେ ହେଲେ ପୁରୀ ଏକାମ୍ର କଲେଜର ଛାତ୍ର । ସେମାନେ ହେଲେ ପଦ୍ମନାବ ପ୍ରଧାନ,ମନୋଜ ରେଡି,ସନ୍ତୋଷ କୁମାର ବଳିଆର ସିଂ ।  ତେବେ ଏହି ଲୁଟେରା ଗ୍ୟାଂଗ ଖଣ୍ଡଗିରି ଅଂଚଳରେ ଲୁଟ୍ ପାଟ୍ ଚଳାଇଥିବା ନେଇ ସୂଚନା ପାଇଁ ତନାଘନା ଜାରି ରଖିଥିଲା ପୁଲିସ । ତେବେ ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଛି କମିସନରେଟ ପୁଲିସ ।