ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୪ଜଣ ସଦସ୍ୟ ଗିରଫ

18

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ଚୌଦ୍ୱାରରୁ କମିଶନରେଟ ପୁଲିସ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି । ଗିରଫ ୪ଜଣ ଅଭିଯୁକ୍ତ ହେଲେ ଗଂଜାମ ଅଂଚଳର ।ଏମାନଙ୍କ ନିକଟରୁ ପୁଲିସ ୭୩ ହଜାର ଟଙ୍କା,୯ଟି ମୋବାଇଲ, ୨ଟି ବାଇକ୍, ସୁନା ଚେନ୍ ଓ ଗାଡି ଡିକି ଭାଙ୍ଗିବା ଅସ୍ତ୍ର ଜବତ କରିଛି । ଏମାନେ ସାଧାରଣତ ଭୂବନେଶ୍ୱର,ପୁରୀ,ଖୋର୍ଦ୍ଧା ଏବଂ କଟକର ବିଭିନ୍ନ ଅଂଚଳରେ ହୋଇଥିବା ଲୁଟ ଘଟଣାରେ ସାମିଲ ଅଛନ୍ତି । ରାଜ୍ୟ ବାହାରେ ମଧ୍ୟ ଏମାନଙ୍କ ନେଟୱର୍କ ଲମ୍ବିଛି ବୋଲି ସୂଚନା ଦେଇଛନ୍ତି ଡିସିପି ।