ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ : ଭଦ୍ରକ ଚରମ୍ପାରେ ଫଳ କିଣୁଥିବା ବେଳେ ଗହଣା ବ୍ୟବସାୟୀଙ୍କ ଗାଡି ଡିକି ଭାଙ୍ଗି ଲୁଟ

36

କନକ ବ୍ୟୁରୋ : କ୍ୟାମେରାରେ କଏଦ ହେଲା ଚୋରୀର ଦୃଶ୍ୟ । ଭଦ୍ରକରେ ଗହଣା ବ୍ୟବସାୟୀଙ୍କ ଗାଡି ଡିକି ଭାଙ୍ଗି ଲୁଟ୍ । ଚରମ୍ପାରେ ଏକ ଗହଣା ବ୍ୟବସାୟୀ ବାଇକ ରଖି ଫଳ କିଣୁଥିବା ବେଳେ ତାଙ୍କ ଗାଡି ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୃର୍ବତ୍ତ । କ୍ୟାମେରାରେ ଜଣେ ଯୁବକ ଗାଡି ଡିକି ଭାଙ୍ଗି ଲୁଟ କରୁଥିବାର ସ୍ପଷ୍ଟ ଜଣାପଡୁଛି ।

କିନ୍ତୁ କ୍ୟାମେରାର କଏଦ ହୋଇଥିବା ଚୋରିର ଦୃଶ୍ୟଟି ସିସଟିଭିରେ କଏଦ ହୋଇଛି କି ମୋବାଇଲରେ ରେକର୍ଡ ହୋଇଛି ତାକୁ ନେଇ ସନ୍ଦେହ ଉପୁଜିଛି । ତେବେ ଏନେଇ ଥାନାରେ ମାମଲା ରୁଜୁ କରଯାଇଥିବା ପୁଲିସ କହିଛି । ଏଠି ପ୍ରଶ୍ନ ଉଠୁଛି ଯଦି ସିସିଟିଭି ଫୁଟେଜରେ ଦୃଶ୍ୟଟି କଏଦ ହୋଇନି, ତେବେ ମୋବାଇଲରେ କିଏ ଜାଣିଶୁଣି ଏହାକୁ ରେକର୍ଡ କରିଛି କି ? ଏଯାଏଁ ଲୁଟେରାକୁ ପୁଲିସକୁ ଗିରଫ କରିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।