ଭଡାଟିଆ ଲୁଟ୍ ! ରାଜଧାନୀରେ ପୁଣି ଏକ ଫିଲ୍ମ ଷ୍ଟାଇଲ ଲୁଟ୍

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦିନ ଦିପହରରେ ରାଜଧାନୀରେ ଲୁଟ୍ । କମିସନରେଟ୍ ପୁଲିସକୁ ଖୋଲା ଚ୍ୟାଲେଂଜ ଦେଇ ଖଣ୍ଡଗିରି ଗଣ୍ଡମୁଣ୍ଡାରେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘରେ ପଶି ମହିଳାଙ୍କ ମୁହଁରେ ସେଲୋଟେପ ମାରି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘର ଭଡ ମାଗିବା ନାଁରେ ୪ ଦୁର୍ବୃତ୍ତ ହଠାତ୍ ଘର ଭିତରେ ପଶି ଏହି ଲୁଟ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ସ୍ପେଶାଲ ସ୍ୱାର୍ଡ ଛାନଭିନ୍ କରୁଛି ।

ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି ଦୁର୍ବୃତ୍ତମାନେ ଗଣ୍ଡମୁଣ୍ଡାର ଶ୍ରଦ୍ଧାଂଜଳି ପୃଷ୍ଟିଙ୍କ ଘରକୁ ଆସି ଘର ଭଡା ବାବଦରେ ପଚାରି ବୁଝିଥିଲେ । ଏବଂ ଘରର ଫଟୋ ଉଠାଇ ନେଇଥିଲେ । ପୂର୍ବ କଥାବର୍ତା ମୁତାବକ ଆଜି ଘର ଦେଖିବା ପାଇଁ ଆସି ଏଭଳି କାଣ୍ଡ ଭିଆଇଛନ୍ତି । ପୁରା ଯୋଜନା ମୁତାବକ ୪ ଜଣ ଦୁର୍ବୃତ ଏହି ଲୁଟ କରିଛନ୍ତି । ୨ ଜଣ ଶ୍ରଦ୍ଧାଂଜଳି ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ବେଳେ ଆଉ ୨ ଜଣ ଘରୁ ଟଙ୍କା ଓ ସେମାନଙ୍କ ଠାରୁ ଗହଣା ଛଡେଇ ନେଇଛନ୍ତି।