ରାଜଧାନୀରେ ଦିନ ଦ୍ୱିପହରରେ ଲୁଟ : ଘଟଣା ସ୍ଥଳ ପରିଦର୍ଶନ କଲେ ପୁଲିସ କମିସନର

40

କନକ ବ୍ୟୁରୋ : ଦିନ ଦ୍ୱିପହରରେ ରାଜଧାନୀରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍ ପରେ କମିସନରେଟ୍ ଆରମ୍ଭ କରିଛି ତନାଘନା । ଆଜି ପୁଲିସ କମିସନର ୱାଇ ବି ଖୁରାନିଆ ଘଟଣା ସ୍ଥଳକୁ ଯାଇ ଛାନଭିନ କରିଛନ୍ତି । ସିସିିଟିଭି ଫୁଟେଜ ମଧ୍ୟ ଯାଂଚ କରିଛନ୍ତି ।

ଗତକାଲି ଖଣ୍ଡଗିରି ଗଣ୍ଡମୁଣ୍ଡାରେ ଘର ଭଡା ମାଗିବା ନାଁରେ ୪ ଦୁର୍ବୃତ ହଠାତ୍ ଘର ଭିତରେ ପଶି ଏହି ଲୁଟ କରିଥିଲେ । ଗତକାଲି ଦୁର୍ବୃତମାନେ ଗଣ୍ଡମୁଣ୍ଡାର ଶ୍ରଦ୍ଧାଂଜଳି ପୃଷ୍ଟିଙ୍କ ଘରକୁ ଆସି ଘର ଭଡା ବାବଦରେ ପଚାରି ବୁଝିଥିଲେ ଏବଂ ଘରର ଫଟୋ ଉଠାଇ ନେଇଥିଲେ । ୨ ଦୁର୍ବୃତ ଶ୍ରଦ୍ଧାଂଜଳି ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ବେଳେ ଆଉ ୨ ଜଣ ଘରୁ ଟଙ୍କା ଓ ସେମାନଙ୍କ ଠାରୁ ଗହଣା ଛଡେଇ ନେଇଥିଲେ । ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି ।