ଫିଲ୍ମ ଷ୍ଟାଇଲରେ ଲୁଟ । କାକଟପୁର କୋଣାର୍କ ମୁଖ୍ୟ ରାସ୍ତାରେ ବନ୍ଧୁକମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କା

ବନ୍ଧୁକ ମୁନରେ କାକଟପୁର କୋଣାର୍କ ରାସ୍ତାରେ ଲୁଟ୍

386

କନକ ବ୍ୟୁରୋ : ବନ୍ଧୁକ ମୁନରେ କାକଟପୁର କୋଣାର୍କ ରାସ୍ତାରେ ଲୁଟ୍ । ପୁରୀ ଜିଲ୍ଲା କାକଟପୁର କୋଣାର୍କ ମୁଖ୍ୟ ରାସ୍ତାରେ ଥିବା ଅଗାଧୁକମଳ ମେଡିକାଲ ନିକଟରେ ସିନେମା ଷ୍ଟାଇଲରେ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି ଦୁର୍ବୁତ । କାକଟପୁରରେ ଥିବା ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଛି । ସୂଚନା ଅନୁଯାୟୀ ସେମାନେ ଟଙ୍କା କଲେକସନ କରି ଫେରୁଥିବା ସମୟରେ ଦୁର୍ବୁତ ମାନେ ଫଲୋ କରିଥିଲେ । ପରେ ସେମାନଙ୍କୁ ବନ୍ଧୁକ ଦେଖାଇ ମାଡମାରିବା ସହ ସେମାନଙ୍କ ନିକଟରୁ ୩ ଟଙ୍କା ୧୦ ହଜାର ଟଙ୍କା ଓ ମୋବାଇଲ ଛଡାଇ ନେଇଛନ୍ତି ।

 

ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି । ଅଗାଧୁକମଳ ମେଡିକାଲ ପାଖରେ ହଠାତ ୪ ଜଣ ଯୁବକ ଆସି ପହଂଚିବା ପରେ ଟଙ୍କା ଛଡେଇ ନେଇଥିଲେ । ମିଳିଥିବା ସୂଚନା ଅନୁସାରେ ଏକ ଆପାଚୀ ଓ ପଲସର ଗାଡିରେ ଦୁର୍ବୃତ୍ତମାନେ ଆସିଥିଲେ । ତେବେ ଟଙ୍କା ନଦେବାରୁ ଲୁଟେରାମାନେ ଜଣେ କର୍ମଚାରୀଙ୍କ ମୁଣ୍ଡକୁ ପିସ୍ତଲରେ ପିଟି ଥିବା ମଧ୍ୟ ସୂଚନା ମିଳିଛି ।