ନୟାଗଡ : ଶରଣକୂଳ ଲଡୁବାବା ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

39

କନକ ବ୍ୟୁରୋ : ପୁଣି ଟାର୍ଗେଟରେ ମନ୍ଦିର । ଏଥର ଦୁର୍ବୃତ୍ତମାନେ ଟାର୍ଗେଟ କରିଛନ୍ତି ନୟାଗଡ ଶରଣକୂଳ ଲଡୁବାବା ମନ୍ଦିର । ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ଲୋକମାନେ ଏବେ ମନ୍ଦିରକୁ ମଧ୍ୟ ଛାଡ଼ୁନାହାନ୍ତି । ସୂଚନାଯୋଗ୍ୟ ପ୍ରାୟ ଏକ ମାସ ପୂର୍ବରୁ କଟକର ଏକ ଶିବ ମନ୍ଦିରରେ କଳାକନା ବୁଲାଇଥିଲେ ଲୁଟେରା । ଠାକୁରଙ୍କ ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା । ବାଦାମବାଡି ନିକଟ ଏକ ଶିବ ମନ୍ଦିରରୁ ଲକ୍ଷାଧିକ ସୁନା ଗହଣା ଲୁଟ ହୋଇଥିବା ଜଣାପଡିଥିଲା । ଏନେଇ ବାଦାମବାଡି ଥାନାରେ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଥିଲା ପୁଲିସ ।