ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ଲୁଟ୍ ! କନକ ନ୍ୟୁଜ୍ କ୍ୟାମେରାରେ କଏଦ ହେଲା ଏକ୍ସକ୍ଲୁସିଭ ଚିତ୍ର ।

48

କନକ ବ୍ୟୁରୋ : ହିଂସାକାଣ୍ଡ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୁଟ୍ ।  ଆକ୍ରମଣ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୁଟ୍ ହେଉଥିବା ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । କାର୍ଯ୍ୟାଳୟରେ ଥିବା ବସ୍ତା ବସ୍ତା ଚାଉଳ, ଟଙ୍କା ଲୁଟ୍ କରି ନେଉଛନ୍ତି ଆନ୍ଦୋଳନକାରୀ । ଅଭିଯୋଗ ଅନୁସାରେ ପ୍ରଶାସନ କାର୍ଯ୍ୟାଳୟରେ ଥିବା ଚାଉଳ ବସ୍ତା ସହ କମ୍ପ୍ୟୁଟର, ଇଲେକଟ୍ରୋନିକ୍ସ ସାମଗ୍ରୀ ଓ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ । ଏହି ଘଟଣା ଆନ୍ଦୋଳନର ଉଦ୍ଦେଶ୍ୟ ଉପରେ ଲଗାଇଛି ବଡ ପ୍ରଶ୍ନ ।

ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ନେଇ ପ୍ରତିବାଦବେଳେ ହିଂସାର ଚିତ୍ର ଭିତରେ ଆସିଛି ଆଉ ଏକ ସାଂଘାତିକ ଚିତ୍ର । କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ଲୁଟର ଲାଇଭ ଭିଜୁଆଲ । ଆଜି ପ୍ରତିବାଦକାରୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ପରେ କରିଛନ୍ତି ଲୁଟପାଟ୍ । କିଛିଲୋକ କାର୍ଯ୍ୟାଳୟରୁ ଖୁଲମଖୁଲା ବୋହି ନେଉଛନ୍ତି ଆସବାବପତ୍ର । ଅଭିଯୋଗ ଅନୁସାରେ ପ୍ରଶାସନ କାର୍ଯ୍ୟାଳୟରେ ଥିବା ଚାଉଳ ବସ୍ତା ସହ କମ୍ପ୍ୟୁଟର, ଇଲେକଟ୍ରୋନିକ୍ସ ସାମଗ୍ରୀ ଓ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ । ଆନ୍ଦୋଳନ ଆଳରେ ସରକାରୀ ଅଫିସରୁ ଟଙ୍କା ଓ କାଗଜପତ୍ରକୁ ଖୁଲମଖୁଲା ଲୁଟ୍ କରୁଥିବାର ଏହି ଘଟଣା ଆନ୍ଦୋଳନର ଉଦ୍ଦେଶ୍ୟକୁ ନେଇ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।

ଆନ୍ଦୋଳନକାରୀଙ୍କ ଭଙ୍ଗାରୁଜା ଓ ପୋଡାଜଳା ବାଦ୍ ବଡଧରଣ ଏହି ଲୁଟର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏମାନେ ଭକ୍ତ ନା ସ୍ଥାନୀୟ ଲୋକ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କ୍ୟାମେରାରେ କଏଦ ହୋଇଛି ଏହି ଲୁଟର ଲାଇଭ ଚିତ୍ର । ପୋଲିସ ପ୍ରଶାସନର ଅବହେଳାର ଫାଇଦା ଉଠାଇ ଲୁଟ୍ କରିଛନ୍ତି କିଛି ଲୋକ । ଅଭିଯୋଗ ଅନୁସାରେ ବ୍ୟାପକ ଭଙ୍ଗାରୁଜା ପରେ ବି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନଥିଲା ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ । ଯାହାର ସୁଯୋଗ ନେଇ ବେଧଡକ ଚାଲିଥିଲା ଏଭଳି ଲୁଟପାଟ୍ ।

ପ୍ରଶ୍ନ ଉଠୁଛି : 

– ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଲୁଟ୍ କରୁଥିବା ଏମାନେ କିଏ ?

– ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରୁଥିବା ଆନ୍ଦୋଳନକାରୀ କି ଏମାନେ ?

– ପ୍ରତିବାଦ ନାଁରେ ଏଭଳି ଲୁଟପାଟ୍ର ମତଲବ କଣ ହୋଇପାରେ ?

– ଆନ୍ଦୋଳନକାରୀଙ୍କ ବେସରେ କିଛି ଆସାମାଜିକ ଏଭଳି କରିଛନ୍ତି କି ?