ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । କଟକ ବାଦାମବାଡି ନିକଟ ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ

19

କନକ ବ୍ୟୁରୋ : ମନ୍ଦିରରୁ ଲୁଟ୍ । ଶିବ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । କଟକରେ ଠାକୁରଙ୍କ ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା । ବାଦାମବାଡି ନିକଟ ଏକ ଶିବ ମନ୍ଦିରରୁ ଲକ୍ଷାଧିକ ସୁନା ଗହଣା ଲୁଟ ହୋଇଥିବା ଜଣାପଡିଛି । ଏନେଇ ବାଦାମବାଡି ଥାନାରେ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୁଲିସ ।